Categories: ରାଜ୍ୟ

ସ୍ୱେଚ୍ଛାକୃତ ଅବସର ନେଲେ 5T ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୨୩/୧୦: ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ 5T ସଚିବ ଭି.କେ ପାଣ୍ଡିଆନ୍। ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର କଲେ କେନ୍ଦ୍ର ସରକାର। ରାଜ୍ୟ ସରକାର ଅକ୍ଟୋବର ୨୦ରେ ଚିଠି ପଠାଇଥିବା ବେଳେ ଆବେଦନ ପତ୍ରକୁ ମଂଜୁରି ମିଳିଛି। ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି।

୨୦୦୦ ମସିହାରେ ଭି. କାର୍ତ୍ତିକେୟ ପାଣ୍ଡିଆନ୍ କ୍ଷମତାସୀନ ଅଧିକାରୀ ଭାବେ ୨୦୦୦ ମସିହାରେ ପାଣ୍ଡିଆନ୍ ଓଡ଼ିଶା ଆସିଥିଲେ। ଏହି ସମୟରେ ପାଣ୍ଡିୟାନ୍ ଧର୍ମଗଡ଼ ଉପ ଜିଲ୍ଲାପାଳ ଏବଂ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିଲେ। ଏହାପରେ ରାଉରକେଲାରୁ ଭାରତର ସର୍ବ କନିଷ୍ଠ ଜିଲ୍ଲାପାଳ ଭାବେ ପାଣ୍ଡିଆନଙ୍କ ବଦଳି ମୟୂରଭଞ୍ଜକୁ ହୋଇଥିଲା। ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବା ପରେ ୨୦୧୧ ମସିହାରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାମ କରିବାର ସୁଯୋଗ ମିଳିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ନିଯୁକ୍ତ ହୋଇଥିଲେ।

Share