Categories: ଫୁରସତ

୯୦ ବର୍ଷରେ ୫ମ ବିବାହ

ରିୟାଧ: ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି। ବୃଦ୍ଧ ସମୟରେ ପ୍ରଭୁଙ୍କ ପାଖରେ ସମୟ କାଟିବାକୁ ପସନ୍ଦ କରନ୍ତି। ହେଲେ ଜଣେ ୯୦ ବର୍ଷୀୟ ବ୍ୟକ୍ତି ଏବେ ବି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର ନାଦିର ବିନ୍‌ ଦହୈମ ବାହକ ଅଲ ମୁର୍ଶିଦ ଅଲ୍‌ ଓତାବି ନାମକ ବୃଦ୍ଧ ନିକଟରେ ୫ମ ବିବାହ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଲୋକଙ୍କ ପାଖରୁ ଶୁଭେଚ୍ଛା ନେଉଥିବା ଦେଖିବାକୁ ମିଳିଛି। ତାଙ୍କ ପାଖରେ ମଧ୍ୟ ତାଙ୍କ ବାପା ଉପସ୍ଥିତ ଥିବା ଜଣାପଡ଼ିଛି। ନାଦିର ନିଜ ୫ମ ବିବାହକୁ ନେଇ ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ ଏହା ପରେ ଆଉ ବିବାହ କରିବାକୁ ଚାହଁୁଛନ୍ତି। ବିବାହ ହିଁ ତାଙ୍କ ସୁସ୍ଥ ରହିବାର ଉପାୟ। ସେ ତାଙ୍କ ହନିମୁନ୍‌କୁ ନେଇ ବହୁତ ଖୁସି ଅଛନ୍ତି ଏବଂ ଆଗକୁ ପିଲା ମଧ୍ୟ ଜନ୍ମ କରିବାକୁ ଚାହାନ୍ତି। ତାଙ୍କର ପୂର୍ବରୁ ୫ ପିଲା ଅଛନ୍ତି। ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତେବେ ସେ ଅନ୍ୟମାନଙ୍କୁ ବିବାହ କରିବାକୁ ଉପଦେଶ ଦେଉଛନ୍ତି।

Share