ଚେନ୍ନାଇର ଜଣେ ୫ ବର୍ଷର ବାଳିକା ନିଜ ଅଦ୍ଭୁତ କାରନାମା ଜରିଆରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତୀର ଚାଳନାରେ ଏମିତି ଏକ ରେକର୍ଡ ହାସଲ କରିଛନ୍ତି, ଯାହା ପୂର୍ବରୁ ପେଶାଦାର ଖେଲାଳି କରିପାରି ନ ଥିଲେ। ସ୍ବାଧୀନତା ଦିବସ ଅବସରରେ ୫ ବର୍ଷୀୟ ସଞ୍ଜନା ମାତ୍ର ୧୩ ମିନିଟରେ ଲକ୍ଷ୍ୟସ୍ଥଳକୁ ୧୧୧ ତୀର ଚାଳନା କରିଥିଲେ। ଏହା ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ସେ ୧୫ ସେକେଣ୍ଡର ଅପ-ଡାଉନ ସ୍ଥିତିରେ ମଧ୍ୟ ଏହା କରି ଦେଖାଇଥିଲେ। ଏବେ ଗିନିଜ ବୁକ୍ରେ ଏହି ରେକର୍ଡ ସ୍ଥାନିତ କରିବାକୁ ପ୍ରସ୍ତୁତି ସଞ୍ଜନାଙ୍କ ପ୍ରଶିକ୍ଷକ ଶିହାନ ହୁସେନ କହିଛନ୍ତି ଯେ ,ସାଧାରଣତଃ ଯେକୌଣସି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଜଣେ ତୀରନ୍ଦାଜ୍ ୪ ମିନିଟରେ ୬ଟି ତୀର ନିକ୍ଷେପ କରିପାରନ୍ତି। ଏହାର ଅର୍ଥ ହେଉଛି ୨୦ ମିନିଟରେ ଜଟେ ତୀରନ୍ଦାଜ୍ ୩୦ଟି ତୀର ମାରିବାରେ ସକ୍ଷମ ଅଟନ୍ତି। କିନ୍ତୁ ସେହି ସଞ୍ଜନା ୧୩ ମିନିଟରେ ୧୧୧ଥର ଲକ୍ଷ୍ୟସ୍ଥଳକୁ ତୀର ମାରି ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ତୀରନ୍ଦାଜ ପାଇଁ ସଞ୍ଜନାଙ୍କର ବହୁତ ଆଗ୍ରହ ରହିଛି ଏବଂ ସେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ବାଧୀନତା ଦିବସରେ ଏକ ରେକର୍ଡ ସ୍ଥାପନ କରିବେ। ୧୦ ବର୍ଷ ପରେ ବର୍ଷ ବୟସ ପରେ ସଞ୍ଜନା ଅଲିମ୍ପିକ୍ସ ୨୦୩୨ ପାଇଁ ପ୍ରସ୍ତୁତ ହେବେ ଏବଂ ସେ ଅନେକ ସ୍ବର୍ଣ୍ଣ ପଦକ ଆଣିବେ ବୋଲି ସଞ୍ଜନାଙ୍କ ପ୍ରଶିକ୍ଷକ ଆଶା ପ୍ରକାଶ କରିଛନ୍ତି।