ଥରିଲା ମେଲବୋର୍ନ

ମେଲବୋର୍ନ, ୨୨।୯: ଭୂକମ୍ପ ଅଷ୍ଟ୍ରେଲିଆର ମେଲବୋର୍ନ ସହରକୁ ଥରାଇ ଦେଇଛି। ବୁଧବାର ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମେଲବୋର୍ନଠାରୁ ଉତ୍ତରପୂର୍ବ ୨୦୦ କି.ମି ଦୂର ମ୍ୟାନ୍ସଫିଲ୍ଡ ଗ୍ରାମାଞ୍ଚଳ ସହର ନିକଟରେ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି।

ସୁନାମି ସତର୍କ ସୂଚନା ଜାରି ହୋଇନାହିଁ। ଭୂକମ୍ପ ପ୍ରଭାବରେ ଘରଗୁଡ଼ିକ ଦୋହଲିବା ସହ କେତେକ କାନ୍ଥ ଭାଙ୍ଗିଯାଇଥିଲା। ଲୋକେ ଭୟରେ ଘରୁ ବାହାରିଆସିଥିଲେ। ଶହ ଶହ କିଲୋମିଟର ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା।

Share