Categories: ଜାତୀୟ

ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଏନ୍‌ସିଆର, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କଶ୍ମୀର ଓ ଉତ୍ତର ପ୍ରବେଶର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ତାଜିକିସ୍ତାନ ଏହାର ଉତ୍ପତ୍ତିସ୍ଥଳ ବୋଲି ସେସ୍‌ମୋଲୋଜି ପକ୍ଷରୁ କୁହାଯାଇଛି। ରାତି ୧୦ଟା. ୩୪ରେ କିଛି ସେକେଣ୍ଡ୍‌ ପାଇଁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏଥିଯୋଗୁ ହୋଇଥିବା କ୍ଷେୟକ୍ଷତି ଆକଳନ ସମ୍ପର୍କିତ କୌଣସି ରିପୋର୍ଟ ଆସିନାହିଁ।

Share