Advertisement

ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ: ଭୟରେ ଦୌଡିଲେ ଲୋକେ

ଦୁବାଇ,୨୫।୨: ସକାଳୁ ସକାଳୁ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ଉତ୍ତର ସୁଲାୱେସି ପ୍ରଦେଶର ଉପକୂଳରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ କରିବା ମାତ୍ରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହି ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ଥାନୀୟ ସମୟ ସକାଳ ୬:୫୫ରେ ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା। ଇଣ୍ଡୋନେସିଆନ ପାଣିପାଗ ସଂସ୍ଥା (BMKG) ଏହାକୁ ନିଶ୍ଚିତ କରିଛି। ଭୂମିକମ୍ପ ଯୋଗୁ ସୁନାମିର କୌଣସି ବିପଦ ନାହିଁ।
ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରର ‘ଅଗ୍ନି ବଳୟ’ରେ ଅବସ୍ଥିତ ଏକ ବୃହତ ଦ୍ୱୀପପୁଞ୍ଜ। ଏହା ଏକ ଅତ୍ୟନ୍ତ ସକ୍ରିୟ ଭୂକମ୍ପୀୟ ବଳୟ, ଯେଉଁଠାରେ ଟେକ୍ଟୋନିକ ପ୍ଲେଟଗୁଡ଼ିକ ନିୟମିତ ଭାବରେ ଧକ୍କା ପାଆନ୍ତି, ଯାହା ଫଳରେ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ଉଦଗୀରଣ ହୁଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share