ଜଟଣୀ,୫ା୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ମ୍ୟୁନିସିପାଲିଟି ଅଫିସ ରାସ୍ତାରେ ସୋମବାର ୩ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୬ଲକ୍ଷ ୬୮ହଜାର ୨୭ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଟଣୀ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟାରେ ମନୋରଞ୍ଜନ ଟଙ୍କା ଆଦାୟ କରି ବାଇକ୍ରେ ଖୋର୍ଦ୍ଧା ଗୁରୁଜଙ୍ଗଠାରେ ଥିବା ଅଫିସକୁ ଫେରୁଥିଲେ। ଦୁର୍ବୃତ୍ତମାନେ ଏକ ବାଇକ୍ରେ ମନୋରଞ୍ଜନଙ୍କୁ ପିଛା କରିବା ସହ ମ୍ୟୁନିସିପାଲଟି ରାସ୍ତାରେ ଅଟକାଇଥିଲେ। ହଠାତ୍ ଦୁର୍ବୃତ୍ତମାନେ ତାଙ୍କୁ ଏକ ଲୁହାରଡ୍ରେ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ତାଙ୍କ ନିକଟରେ ଥିବା ସମସ୍ତ ଟଙ୍କା ଓ ୧୬ଟି ଚେକ୍ ନେଇ ଫେରାର ହୋଇଯାଇଥିଲେ। ମନୋରଞ୍ଜନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି।