Posted inଫୁରସତ

୬.୭୪ ଫୁଟ ଉଚ୍ଚ ଆଇଫୋନ୍‌

ଲଣ୍ଡନ: ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ଫୋନ୍‌ ମଧ୍ୟରୁ ଆଇଫୋନ୍‌ ଅନ୍ୟତମ। ଆଇଫୋନ୍‌ କିଣିବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ତେବେ ଅରୁଣ ରୂପେଶ ମୈନି ନାମକ ଜଣେ ଜଣାଶୁଣା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ୟୁଟ୍ୟୁବର ଅବିକଳ ‘ଆଇଫୋନ୍‌ ୧୫ ପ୍ରୋ ମାକ୍ସ’ ପରି ଦେଖାଯାଉଥିବା ପ୍ରାୟ ୨ ମିଟର(୬.୭୪ ଫୁଟ) ଉଚ୍ଚ ଏବଂ ୨.୭୮ ଫୁଟ୍‌ ଚଉଡ଼ାର ଏକ ବିଶାଳ ଆଇଫୋନ୍‌ ନିର୍ମାଣ କରି ନିଜର ନାମକୁ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ(ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ କରି ପାରିଛନ୍ତି।
‘ମିଷ୍ଟର ହୁ ସେ ଦି ବସ୍‌’ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ରହିଛି। ସେ ୨୦୧୧ରେ ୟୁଟ୍ୟୁବର ଭାବେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସେ ନିଜ ଚ୍ୟାନେଲରେ ବିଭିନ୍ନ ବୈଷୟିକ ଭିଡିଓ ପ୍ରସ୍ତୁତ କରିବା ସହ ବଜାରକୁ ଆସୁଥିବା ନୂତନ ଗ୍ୟାଜେଟଗୁଡିକର ସମୀକ୍ଷା କରିଥାନ୍ତି। ୟୁଟ୍ୟୁବ୍‌ରେ ତାଙ୍କର ପ୍ରାୟ ୧.୯୪ କୋଟି ସବ୍‌ସ୍କ୍ରାଇବର ରହିଛନ୍ତି। ଆଇଫୋନ୍‌ ନିର୍ମାଣକାରୀ ଆପଲ୍‌ କମ୍ପାନୀର ୟୁଟ୍ୟୁବ୍‌ ଚ୍ୟାନେଲ ଅପେକ୍ଷା ତାଙ୍କ ଚ୍ୟାନେଲରେ ଅଧିକ ସବ୍‌ସ୍କ୍ରାଇବର ହେବା ପରେ ସେ ଏହି ବିରଳ ଆଇଫୋନ୍‌ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଅରୁଣ କହିଛନ୍ତି। ଏହି ଆଇଫୋନ୍‌ ତିଆରି କରିବା ପାଇଁ ସେ ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ଏହି ବିଶାଳ ଆଇଫୋନର ପ୍ରୋଟୋଟାଇପ୍‌ ତିଆରି କରିବାରେ ଅରୁଣଙ୍କୁ ମାଥ୍ୟୁ ପର୍କ୍ସ ନାମକ ଆଉ ଜଣେ ୟୁଟ୍ୟୁବର ସାହାଯ୍ୟ କରିଛନ୍ତି। ମାଥ୍ୟୁଙ୍କର ‘ଡି ଆଇ ୱାଇ ପରକ୍ସ’ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ରହିଛି।
ସାଧାରଣ ଆଇଫୋନ୍‌ରେ ଚାଲି ପାରୁଥିବା ପ୍ରତ୍ୟେକ ଆପ୍ଲିକେଶନ୍‌ ଏହି ବିଶାଳ ଆଇଫୋନ୍‌ରେ ମଧ୍ୟ ଚାଲିପାରିବ ବୋଲି ଅରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri