ନୂଆଦିଲ୍ଲୀ,୨୨।୧୧ : ଭାରତରେ ୨୦୧୯ରେ ପ୍ରାୟ ୬.୮ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ୫ ବ୍ୟାକ୍ଟେରିଆ ଯୋଗୁ ଘଟିଛି। ଜୀବାଣୁ ହତ୍ୟା କରିଥିଲେ। ଦି ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ବ୍ୟାକ୍ଟେରିଆ ସଂକ୍ରମଣ। ଏହି ଅବଧିରେ ପ୍ରତି ୮ ଜଣରେ ଜଣଙ୍କର ମୃତ୍ୟୁ ବ୍ୟାକ୍ଟେରିଆ ଯୋଗୁ ହୋଇଥିଲା।
ଇ.କୋଲି, ଏସ.ନିମୋନିଆ, କେ.ନିମୋନିଆ, ଏସ.ଆରିଅସ ଏବଂ ଏ.ବାଉମାନି ଆଦି ୫ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ୭୭ ଲକ୍ଷ ମୃତ୍ୟୁ ୩୩ ଟି ସାଧାରଣ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ହୋଇଥିଲା। ଏହି ୩୩ ଟି ମଧ୍ୟରୁ ୫ ବ୍ୟାକ୍ଟେରିଆ ଯୋଗୁ ଅଧାରୁ ଅଧିକଙ୍କ ମୃତ୍ୟୁ ଘଟିଥିଲା।
ରିପୋର୍ଟରେ କୁହାଯାଇଛି ଯେ ଏସବୁ ବ୍ୟାକ୍ଟେରିଆଙ୍କ ଯୋଗୁ ୬,୭୮,୮୪୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ଇ.କୋଲି କାରଣରୁ ୧,୫୭,୦୮୨ ଲୋକଙ୍କର ମୃତ୍ୟୁ ଘଟିଥିଲା। ପୃଥିବୀର ୨୦୪ଟି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ବୟସ ଏବଂ ଲିଙ୍ଗର ଲୋକଙ୍କ ଉପରେ ଲାନସେଟ ଏହି ଅଧ୍ୟୟନ କରିଥିଲା।