ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା

ନୂଆଦିଲ୍ଲୀ, ୧୩।୧: ସୋମବାର ଜାପାନର କ୍ୟୁଶୁ ଅଞ୍ଚଳରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଖବରକୁ ସ୍ଥାନୀୟ ପାଣିପାଗ ନିଶ୍ଚିତ କରିଥିବା ରିପୋର୍ଟ କରିଛି ଆସୋସିଏଟ ପ୍ରେସ। ୟୁରୋପୀୟ ଭୂତତ୍ୱ ସଂସ୍ଥା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୩୭ କିମି ତଳେ ରହିଛି।

ଗଲା ବର୍ଷ ଅଗଷ୍ଟ ୮ ତାରିଖରେ ଜାପାନର କ୍ୟୁଶୁ ଏବଂ ଶିକକୁ ଅଞ୍ଚଳରେ ୬.୯ ଏବଂ ୭.୧ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଅଧିକାରୀ ସୁନାମି ସତର୍କତା ଜାରି କରିଥିଲେ, କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇ ନ ଥିଲା।

ଏହା ପୂର୍ବରୁ ୨୦୨୪ ଜାନୁଆରୀ ୧ ରେ ସୁଜୁ ୱାଜିମା ଅଞ୍ଚଳରେ ୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଯେଉଁଥିରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲେ।

ଜାପାନ ଅନେକ ଟେକ୍ଟୋନିକ୍ ପ୍ଲେଟର ସନ୍ଧିସ୍ଥଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ଭୂମିକମ୍ପ ହେବାର ସମ୍ଭାବନା ଅଧିକ। ଜାପାନ ପ୍ରଶାନ୍ତ ମହାସାଗରୀୟ ଅଗ୍ନି ବଳୟରେ ଅବସ୍ଥିତ, ଯେଉଁଠାରେ ବାରମ୍ବାର ଭୂକମ୍ପ ଆସିବାର ସମ୍ଭାବନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ: ୩ ଟିଫିନ୍‌ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ

ରାୟଗଡ଼ା,୫।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଉଠିଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ୩...

ଓଏସଏସସି ବାତିଲ କଲା ପରୀକ୍ଷା, ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୫।୫: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ସୋମବାର ଏପ୍ରିଲ ୨୭ରେ ଅନୁଷ୍ଠିତ ମିଳିତ ନିଯୁକ୍ତି ପରୀକ୍ଷା (ସିଆରଇ)କୁ ବାତିଲ କରିଛି। କମିଶନ ଘୋଷଣା କରିଛି...

ଭାରତ ସହ ଉତ୍ତେଜନା ପାକିସ୍ତାନର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ: ମୁଡିଜ୍

ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ, ବିଶ୍ୱ ରେଟିଂ ଏଜେନ୍ସି ମୁଡିଜ୍ କହିଛି ଯେ ଭାରତର ଅର୍ଥନୀତି ଏକ ଦୀର୍ଘସ୍ଥାୟୀ ଉତ୍ତେଜନା ସତ୍ତ୍ୱେ...

ଯୁଦ୍ଧରୁ ଦୂରେଇ ରୁହ ଭାରତ-ପାକିସ୍ତାନ…ଜାତିସଂଘ ପକ୍ଷରୁ ଆସିଲା ବଡ଼ ବୟାନ

ନୂଆଦିଲ୍ଲୀ,୫।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ...

ଆଶିଷ ବିଜେଡିର ଜିଲା ସଭାପତି

କେନ୍ଦୁଝର,୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲାର ଯୁବନେତା ଆଶିଷ ଚକ୍ରବର୍ତ୍ତୀଙ୍କୁ ବିଜୁ ଜନତା ଦଳର ସଭାପତିଭାବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା...

ସାରା ବିଶ୍ୱକୁ ଦମ୍‌ ଦେଖାଇଲା ଭାରତ, ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ କରି…  

ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ...

ଇଂଲଣ୍ଡ ଟୁରରେ ଯିବ ଭାରତ ଏ’ ଦଳ

ନୂଆଦିଲ୍ଲୀ,୫ା୫: ଆସନ୍ତା ୨୫ ତାରିଖରେ ଭାରତ ଏ’ ଦଳ ଇଂଲଣ୍ଡ ଟୁର କରିବାର ବିଶେଷ ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଦଳ ଘୋଷଣା ହୋଇ ନ ଥିବା...

ତୃତୀୟ ଦିନରେ କାଇଁଚପୁର ଠାକୁରାଣୀଙ୍କ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମା’ଶୀତଳୟା

ଗଞ୍ଜାମ,୫ା୫(ବିଦ୍ୟାଧର ସାହୁ): ଠାକୁରାଣୀ ଯାତ୍ରା ପାଇଁ କାଇଁଚପୁର ଗାଁ ଚଳଚଞ୍ଚଳ ହୋଇଉଠିଛି। ଏହି ଯାତ୍ରା ସୋମବାର ତୃତୀୟ ଦିନରେ ପହଞ୍ଚିଛି। ବର୍ତ୍ତମାନ ମା’ ଶୀତଳୟା ଅସ୍ଥାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image