ଆକ୍ରମଣ ଧମକ ପରେ ଖାଲି ହେଲା ଫ୍ରାନ୍ସର ୬ ବିମାନବନ୍ଦର

ପ୍ୟାରିସ୍‌,୧୮ା୧୦: ବୁଧବାର ଫ୍ରାନ୍ସର ୬ଟି ବିମାନବନ୍ଦରକୁ ଖାଲି କରାଯାଇଛି। ଆକ୍ରମଣ ଧମକ ପରେ ଏପରି ପଦକ୍ଷେପ ନିଆଯାଇଛି। ଇ-ମେଲ୍‌ ମାଧ୍ୟମରେ କେହି ବିମାନବନ୍ଦରରେ ଆକ୍ରମଣ କରିବେ ବୋଲି ଧମକ ଦେବାରୁ ପ୍ରଶାସନ ପକ୍ଷରୁ ନାଣ୍ଟେନ୍‌, ନାଇସ୍‌, ଟୁଲାଉସ୍‌ ଲିଲେ ଏବଂ ବାଉଭାଇସ୍‌ ବିମାନବନ୍ଦରକୁ ଖାଲି କରିଦିଆଯାଇଛି। ଗତ ୭ ତାରିଖରେ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଏବଂ ଗତ ଶୁକ୍ରବାର ଫ୍ରାନ୍ସର ଏକ ସ୍କୁଲରେ ଶିକ୍ଷକଙ୍କୁ ଆକ୍ରମଣ ପରେ ରୀତିମତ ବୋମା ଧମକ ମିଳିଚାଲିଛି। ନାଇସ୍‌ ବିମାନବନ୍ଦରରେ ଏକ ପରିତ୍ୟକ୍ତ ବ୍ୟାଗେଜ୍‌ ମିଳିବା ପରେ ସୁରକ୍ଷା ବଢ଼ାଯିବା ସହ ବିମାନବନ୍ଦରକୁ ଯାଞ୍ଚ କରାଯାଇଥିଲା। ଏବେ ସ୍ଥିତି ସ୍ବାଭାବିକ୍‌ ହେଉଥିବା ଡିଜିଏସି ପକ୍ଷରୁ କୁହାଯାଇଛି। ଲିଓନ୍‌ର ବ୍ରୋନ୍‌ ବିମାନବନ୍ଦରରେ ବିମାନ ଚଳାଚଳ ପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି।

Share