Categories: ଜାତୀୟ

ଏଟିଏସ୍‌ର ବଡ଼ ଧରଣର ଚଢ଼ାଉ, ୬ ଗିରଫ

ମୁମ୍ବାଇ,୭ା୧: ମହାରାଷ୍ଟ୍ର ପୋଲିସର ଆତଙ୍କବାଦୀ ବିରୋଧୀ ୟୁନିଟ (ଏଟିଏସ୍‌) ରବିବାର ଅପରାହ୍ନରେ ମୁମ୍ବାଇର ବୋରିଓ୍ବାଲି ଅଞ୍ଚଳରେ ଚଢ଼ାଉ କରିଛି। ଏହି ସମୟରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏଟିଏସ ସହ ଜଡିତ ସୂତ୍ର ଅନୁଯାୟୀ, ଏହି ଲୋକଙ୍କ ନିକଟରୁ ୪ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏହି ସମସ୍ତ ଲୋକ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବାସିନ୍ଦା। ଯେଉଁମାନେ ଏକ ବଡ଼ଧରଣର ଅପରାଧ କରିବାକୁ ମୁମ୍ବାଇ ଆସିଥିଲେ।

ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ର ଏଟିଏସ କହିଛି, ମୁମ୍ବାଇର ବୋରିଓ୍ବାଲି ଅଞ୍ଚଳରେ ଅବସ୍ଥିତ ଏକ ଗେଷ୍ଟ ହାଉସରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଏବଂ ୩୬ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଥିଲା। ଗିରଫ ସମସ୍ତ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବାସିନ୍ଦା। ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯାଉଛି।

Share