Categories: ଜାତୀୟ

ବଡ଼ଧରଣର ଅଗ୍ନିକାଣ୍ଡ: ଜଳିଗଲା ୬ ମହଲା କୋଠା

ମୁମ୍ବାଇ,୧୩ା୧: ମୁମ୍ବାଇର ଡୋମ୍ବିଭଲିରେ ଥିବା ଏକ ବହୁ ମହଲା କୋଠାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୬ ମହଲା ଜଳିଯାଇଛି। ଡୋମ୍ବିଭଲି ଲୋଢା ଫେଜ୍‌-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏହି ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡରେ ଛଅ ମହଲା କୋଠା ଜଳିଯାଇଛି। ନିଆଁ ଲାଗିବା ପରେ ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଶଟ୍‌ସିର୍କିଟ୍‌ରୁ ନିଆଁ ବ୍ୟାପିଥିବା କୁହାଯାଉଥିଲେ ହେଁ ଏହା ସ୍ପଷ୍ଟ ହେଇନାହିଁ। ଲୋକମାନେ କେବଳ ତୃତୀୟ ମହଲା ପର୍ଯ୍ୟନ୍ତ ରହୁଥିଲେ। ନିଆଁ ଲାଗିବା ପରେ ତୁରନ୍ତ ଏଠାରେ ରହୁଥିବା ସମସ୍ତ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି।

Share