Categories: ଜାତୀୟ

ଜଙ୍ଗଲରୁ ୫ ଦିନ ପରେ ମିଳିଲେ ୪ ଶିଶୁ, ଆସିଲା ହୃଦୟ ବିଦାରକ ଚିତ୍ର

କୋଚି, ୦୩।୦୮: କେରଳର ୱାୟନାଡ଼ରେ ବିନାଶକାରୀ ଭୂସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଶହରୁ ଉଦ୍ଧର୍‌଼ବ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ସଂଖ୍ୟାରେ ଲୋକ ନିଖୋଜ ମଧ୍ୟ ରହିଛନ୍ତି । ଏହି ଭୟାନକ ସ୍ଥିତିରେ ଏକ ଖୁସି ଖବର ଆସିଛି । ଭୂସ୍ଖଳନ ପ୍ରଭାବିତ ୱାୟନାଡ଼ାରେ କେରଳର ବନ ବିଭାଗ ଅଧିକାରୀ ୮ ଘଣ୍ଟା ଅପରେସନ୍‌ କରି ଜଙ୍ଗଲର ଏକ ଆଦିବାସୀ ବସ୍ତିରୁ ୬ ଜଣଙ୍କୁ ଉଦ୍ଧାର କରିଛନ୍ତି ।

ଏହି ରେସ୍କ୍ୟୁ ଅପରେସନ୍‌କୁ ନେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ କହିଛନ୍ତି, ବନ ଅଧିକାରୀଙ୍କ ଏଭଳି ସଫଳତା ଆମକୁ ମନେ ପାକାଇ ଦେଉଛି ଯେ, ସଂକଟ ସମୟରେ ବି କେରଳର ଜୀବନ ଆଜି ଚମକୁଛି । ଆମେ ସମସ୍ତେ ମିଶି ପୁଣି ପୁନଃନିର୍ମାଣ କରିବା ତଥା ମଜବୁତ ହୋଇ ଆଗକୁ ପୁଣି ଆଗେଇବା ।

କଲପେଟ୍ଟା ରେଞ୍ଜର ବନ ଅଧିକାରୀ କେ ହସିନଙ୍କ ନେତୃତ଼୍ବରେ ୪ ଜଣିଆ ଟିମ୍‌ ଗୁରୁବାର ଏକ ଆଦିବାସୀ ପରିବାରକୁ ବଞ୍ଚାଇବା ପାଇଁ ଜଙ୍ଗଲ ମଝିରେ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଶିଶୁମାନେ ଏକ ଆଦିବାସୀ ସମୁଦାୟର ହୋଇଥିବା ବେଳେ ସେମାନଙ୍କ ବୟସ ୧ ବର୍ଷରୁ ୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।

Share