ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ସକାଳ ୯ଟାରୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ ଉପରେ ରହୁଛିି। ତେବେ ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୩.୨ ଡିଗ୍ରୀ ରେକର୍ଡ କରାଯିବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏନେଇ
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ସମ୍ବଲପୁରରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, ଚାନ୍ଦବାଲିରେ ୪୦.୬ ଡିଗ୍ରୀ, କେନ୍ଦୁଝରରେ ୪୦.୦ ଡିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ ପୁରୀ: ୩୪.୦ ଡିଗ୍ରୀ, ଗୋପାଳପୁରରେ ୩୩.୨ ଡିଗ୍ରୀ ଏବଂ ପାରାଦୀପରେ ୩୨.୬ ଡିଗ୍ରୀ ରହିଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୩.୨ ଡ଼ିଗ୍ରୀ
ସମ୍ବଲପୁର: ୪୨.୮ ଡ଼ିଗ୍ରୀ
ଭୁବନେଶ୍ୱର: ୪୧.୮ ଡ଼ିଗ୍ରୀ
ହୀରାକୁଦ: ୪୧.୬ ଡ଼ିଗ୍ରୀ
ଚାନ୍ଦବାଲି: ୪୦.୬ ଡ଼ିଗ୍ରୀ
କେନ୍ଦୁଝର:୪୦.୦ ଡ଼ିଗ୍ରୀ
ବାଲେଶ୍ୱର: ୩୬.୪ ଡ଼ିଗ୍ରୀ
ପୁରୀ: ୩୪.୦ ଡ଼ିଗ୍ରୀ
ଗୋପାଳପୁର:୩୩.୨ ଡ଼ିଗ୍ରୀ
ପାରାଦୀପ:୩୨.୬ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) April 19, 2023