୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୬ ସହର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ସକାଳ ୯ଟାରୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ ଉପରେ ରହୁଛିି। ତେବେ ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୩.୨ ଡିଗ୍ରୀ ରେକର୍ଡ କରାଯିବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏନେଇ
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ସମ୍ବଲପୁରରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, ଚାନ୍ଦବାଲିରେ ୪୦.୬ ଡିଗ୍ରୀ, କେନ୍ଦୁଝରରେ ୪୦.୦ ଡିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ ପୁରୀ: ୩୪.୦ ଡିଗ୍ରୀ, ଗୋପାଳପୁରରେ ୩୩.୨ ଡିଗ୍ରୀ ଏବଂ ପାରାଦୀପରେ ୩୨.୬ ଡିଗ୍ରୀ ରହିଛି।

Share