୪୦ ଡିଗ୍ରୀ ଟପିଲା ୬ ସହର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଗତ କିଛିଦିନ ଧରି ଲଗାତର ଝଡ଼ବର୍ଷା ହେବା ଯୋଗୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ କମ୍‌ ରହିଥିଲା। ସୋମବାରଠାରୁ ଏହାର ପ୍ରକୋପ ପୁଣି ବୃଦ୍ଧି ପାଇଛି। ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ପାରଦ ଉପରମୁହାଁ ହେବା ସାଙ୍ଗକୁ ପ୍ରବଳ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଛି। ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍‌ସିୟସ ଯାଏ ବଢ଼ିଯାଇଛି। ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୪୦.୭, ସମ୍ବଲପୁର ୪୦.୫, ଟିଟିଲାଗଡ଼ ୪୦, ମାଲକାନଗିରି ୪୦, ସୋନପୁର ୪୦.୮, ଭୁବନେଶ୍ୱର ୩୯, ବାରିପଦା ୩୯.୨, ଝାରସୁଗୁଡ଼ା ୩୯.୨, ହୀରାକୁଦ ୩୯.୧, ତାଳଚେର ୩୯.୩, ଭବାନୀପାଟଣା ୩୯.୫, ବଲାଙ୍ଗୀର ୩୯.୫, ଫୁଲବାଣୀରେ ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୧ ତାରିଖରେ ପାଗରେ ପରିବର୍ତ୍ତନ ହେବ । ରାଜ୍ୟର ଅନେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share