Advertisement

ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ୬ ଗୋରୁଙ୍କ ଜୀବନ ଗଲା

ବୌଦ୍ଧ/ବଘିଆପଡ଼ା,୨୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): ବୌଦ୍ଧ ଜିଲା ବଘିଆପଡ଼ା ଅଞ୍ଚଳରେ ସୋମବାର ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କର ମୃତ୍ୟୁ ଘଟିଥିଛି। ୨ ଆହତ ହୋଇଛନ୍ତି। ବଘିଆପଡ଼ାସ୍ଥିତ ପାଲଝାର କୃଷି ଫାର୍ମରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଯିବାରୁ ଏହି ଅଘଟଣ ଘଟିଛି। ତେବେ ଫାର୍ମର ୨ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାନୁଯାୟୀ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ପାଲଝାର କୃଷି ଫାର୍ମରେ କିଛି ଲୋକ ଗୋରୁ ଚରାଉଥିଲେ। ହଠାତ ନୂତନ ଭାବେ ପୋତା ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟଟି ତଳେ ପଡ଼ି ଯାଇଥିଲା। ଫଳରେ ଗୋରୁମାନେ ଏହା ତଳେ ଚାପି ହୋଇଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share