Categories: ଜାତୀୟ

କଂଗ୍ରେସକୁ ଆଉ ଏକ ଝଟ୍‌କା: ଇସ୍ତଫା ଦେଲେ ୬ ବିଧାୟକ

ଇମ୍ଫାଲ,୧୧।୮: କଂଗ୍ରେସକୁ ଲାଗିଛି ଆଉ ଏକ ଧକ୍କା। ମଣିପୁରରେ କଂଗ୍ରେସର ୬ ବିଧାୟକ ବିଧାନସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଦଳର ବିଧାୟକ ହେନରୀ ସିଂ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏମାନେ ସମସ୍ତେ ସେହି ୮ବିଧାୟକଙ୍କ ମଧ୍ୟରୁ ଯେଉଁମାନେ ଦଳ ହ୍ୟୁଇପର ଉଲ୍ଲଂଘନ କରି ସୋମବାର ବିଧାନସଭାର ଏକ ଦିବସୀୟ ଅଧିବେଶନରେ ସାମିଲ ହୋଇ ନ ଥିଲେ। ଆଉ ଏହି ଅଧିବେଶନରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ବିଶ୍ୱାସ ମତ ହାସଲ କରିଥିଲା। ଆଗରୁ ଯଦିଓ ଏହା ସ୍ପଷ୍ଟ ଜଣାପଡୁଥିଲା କିନ୍ତୁ କଂଗ୍ରେସର ୮ ବିଧାୟକଙ୍କ ଏଭଳି ନିଷ୍ପତ୍ତି ଦଳପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି।

Share