ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ: ଅଛନ୍ତି ଗଞ୍ଜାମରୁ ୩ଜଣ

ଭୁବନେଶ୍ୱର, ୮।୭(ବ୍ୟୁରୋ): ବୁଧବାର ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧, ରାୟଗଡ଼ାରୁ ୧ ଏବଂ କେନ୍ଦ୍ରାପଡ଼ାରୁ ୧ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ତେବେ କେବଳ ଗଞ୍ଜାମରେ ମ୍ୟୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି।

ଖୋର୍ଦ୍ଧା ଜିଲାର ମୃତକଜଣଙ୍କ ଭୁବନେଶ୍ୱରର। ସେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୫୫। ରାୟଗଡ଼ାର ମୃତକଜଣଙ୍କ ୮୦ ବର୍ଷୀୟ ବୃଦ୍ଧ। ସେ ପୂର୍ବରୁ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ। କେନ୍ଦ୍ରାପଡ଼ାର ମୃତକ ୪୯ ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ସେ ଡାଇବେଟିସ ରୋଗରେ ପୀଡିତ ଥିଲେ। ସେହିପରି ଗଞ୍ଜାମ ଜିଲାର ୩ ମୃତକଙ୍କ ମଧ୍ୟରେ ଜଣେ ୬୪ ବର୍ଷୀୟ ବୃଦ୍ଧ, ୫୬ ବର୍ଷୀୟ ବ୍ୟକ୍ତି ଏବଂ ୫୦ ବର୍ଷୀୟା ମହିଳା ରହିଛନ୍ତି। ତେବେ ୬୪ ବର୍ଷୀୟ ବୃଦ୍ଧ ଏବଂ ୫୦ ବର୍ଷୀୟା ମହିଳା ପୂର୍ବରୁ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share