Categories: ଫୁରସତ

ଗୋଟିଏ ଟିକ୍‌ଟକ୍‌ ଭିଡିଓରୁ ୬ କୋଟି ଆୟ

ଓ୍ବାଶିଂଟନ୍‌: ଇଟାଲୀର ୨୨ ବର୍ଷୀୟ ଖାବି ଲାମେ ବର୍ତ୍ତମାନ ସମୟରେ ଟିକ୍‌ଟକ୍‌ରେ ଏକ ଚର୍ଚ୍ଚିତ ଚେହେରା। ଗୋଟିଏ ଭିଡିଓ ପାଇଁ ସୋସିଆଲ ମିଡିଆ ଆପ୍‌ କମ୍ପାନୀ ତାଙ୍କୁ ପାଖାପାଖି ୬ କୋଟି ଟଙ୍କା ଦେଉଛି। ପୂର୍ବରୁ ସେ ଇଟାଲୀର ଏକ କାରଖାନାରେ ମେଶିନ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସେତେବେଳେ ଖାବି ଟାଇମ୍‌ ପାସ୍‌ ପାଇଁ ଟିକ୍‌ଟକ୍‌ ଭିଡିଓ କରୁଥିଲେ। କରୋନା ପାଇଁ କମ୍ପାନୀ ବନ୍ଦ ହୋଇଯିବାରୁ ସେ ସୋସିଆଲ୍‌ ମିଡିଆରେ ଅଧିକ ସକ୍ରିୟ ହୋଇଥିଲେ। ଏହାପରେ ‘ଡୁଏଟ୍‌ ଆଣ୍ଡ ଷ୍ଟିଚ୍‌’ ନାମରେ ଏକ ଚ୍ୟାନେଲ ଖୋଲିଥିଲେ। ମ୍ୟାଜିକ୍‌ ଟ୍ରିକ୍‌ ଦେଖାଇବା ପାଇଁ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହାର ନକଲ କରି ସେ ଭିଡିଓ କରନ୍ତି। ହଲିଉଡ୍‌ ଅଭିନେତା ସ୍ମିଥ୍‌ଙ୍କ ସହ କାମ କରିବା ଖାବିଙ୍କ ସ୍ବପ୍ନ।

Share