୬ କୋଟି ଟଙ୍କାର ହିସାବ ମିଳୁନି

ଯାଜପୁର,୩୧ା୭(ହର୍ଷବର୍ଦ୍ଧନ ବେହେରା):ଶିକ୍ଷାର ଅଭିବୃଦ୍ଧି ହେବ। ପାଠପଢ଼ି ପିଲାମାନେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିବେ। ଏହିସବୁ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିଛନ୍ତି। ଏହିକ୍ରମରେ ସମଗ୍ର ଶିକ୍ଷା ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରି ଅନେକ ପ୍ରକଳ୍ପ ନିର୍ମାଣ ହେଉଛି। ଲାଇବ୍ରେରି, କ୍ରୀଡ଼ା, ଅତିରିକ୍ତ ଶ୍ରେଣୀଗୃହ, ବିଜ୍ଞାନାଗାର, ତାଲିମ, ସ୍କୁଲ ସେଫ୍ଟି ଇତ୍ୟାଦି ପାଇଁ ୨୦୧୮-୧୯ ବର୍ଷରୁ ବିପୁଳ ଅର୍ଥ ମଞ୍ଜୁର ହୋଇଛି। ହେଲେ ଏଯାଏ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇପାରିନାହିଁ। ସ୍କୁଲ ପରିଚାଳନା କମିଟିଗୁଡ଼ିକୁ ଦିଆଯାଇଥିବା ତାଲିମରେ ଉପସ୍ଥିତ ସଭ୍ୟାସଭ୍ୟଙ୍କ ସଂଖ୍ୟା ଅସ୍ପଷ୍ଟ ରହିଥିବାରୁ ୟୁସି ବ୍ୟବସ୍ଥିତ ହୋଇ ପାରୁନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପାଇଁ ମଞ୍ଜୁର ହେଉଥିବା ଅନୁଦାନରେ ବ୍ୟାପକ ହେରଫେର ହେଉଥିବା ସନ୍ଦେହ କରାଯାଉଛି। ଏଥିଯୋଗୁ ଯାଜପୁର ଜିଲା ଶିକ୍ଷାଧିକାରୀ(ଡିଇଓ) ୟୁସି ଏବଂ ଅଗ୍ରଗତି ରିପୋର୍ଟ ଦେଇ ନ ପାରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନିଜେ ଦର୍ଶାଇଛନ୍ତି। ତେଣୁ ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ଯଥାଶୀଘ୍ର ୟୁସି ଦାଖଲ କରିବା ସହ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହି କୈଫିୟତ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଯାଜପୁର ଜିଲାର ୧୦ ବ୍ଲକର ୧୮୧୭ ପ୍ରାଥମିକ ସ୍କୁଲରେ କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ ୨୦୧୮-୧୯ ବର୍ଷରେ ୧ କୋଟି ୨୦ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ହେଲେ ସେଥିରୁ ଏଯାଏ ୨୪ ଲକ୍ଷ ୩୪ ହଜାର ୯୦୦ ଟଙ୍କାର ୟୁସି ଦାଖଲ ବାକି ରହିଛି। ସେହିପରି ୨୦୧୯-୨୦ରେ ଆବଣ୍ଟିତ ୧ କୋଟି ୨୧ ଲକ୍ଷ ୧୦ ହଜାର ଟଙ୍କାରୁ ୪୧ ଲକ୍ଷ ୭୯ ହଜାର ଟଙ୍କା, ୨୦୨୦-୨୧ରେ ଆବଣ୍ଟିତ ୧ କୋଟି ୫ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟରୁ ୧୨ ଲକ୍ଷ ୮୫ ହଜାର ଟଙ୍କା, ୨୦୨୧-୨୨ରେ ଆବଣ୍ଟିତ ୧ କୋଟି ୫ ଲକ୍ଷ ୭୦ ହଜାର ମଧ୍ୟରୁ ୯୬ ଲକ୍ଷ ୩୫ ହଜାର ଟଙ୍କା, ୨୦୨୨-୨୩ରେ ୧୭୩୦ଟି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲକୁ ଆବଣ୍ଟିତ ୧ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟରୁ ୧ କୋଟି ୨୭ ଲକ୍ଷ ୮୦ ହଜାର ଟଙ୍କା, ୨୦୨୦-୨୧ରେ ମାଧ୍ୟମିକ ସ୍କୁଲ ପାଇଁ ଆସିଥିବା ୫୪ ଲକ୍ଷ ୨୫ ହଜାର ମଧ୍ୟରୁ ୨୮ ଲକ୍ଷ ୪୦ ହଜାର ଓ ୨୦୨୧-୨୨ରେ ୫୬ ଲକ୍ଷ ୨୫ ହଜାର ଟଙ୍କା ମଧ୍ୟରୁ ୫୪ ଲକ୍ଷ ୨୫ ହଜାର ଟଙ୍କା ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ୨୦୨୦-୨୧ରେ ୩ ଲକ୍ଷ ୨୫ ହଜାର, ୨୦୨୧-୨୨ରେ ୩ ଲକ୍ଷ ୨୫ ହଜାର ଓ ୨୦୨୨-୨୩ରେ ୨ ଲକ୍ଷ ୫୦ ହଜାର ଟଙ୍କାର ୟୁସି ବାକି ପଡିଛି। ଏଥିରୁ ବିଦ୍ୟାଳୟଗୁଡିକରେ କିଭଳି କ୍ରୀଡ଼ା କ୍ଷେତ୍ରର ବିକାଶ ହୋଇଥିବ ତାହା ସହଜେ ଅନୁମେୟ। କେତେକ ସ୍କୁଲରେ ମିଥ୍ୟା ବିଲ୍‌ଭାଉଚର କରି ଅନୁଦାନ ଅର୍ଥ ଚଳୁ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
ସ୍କୁଲ ସେଫ୍ଟି ପାଇଁ ଆସିଥିବା ଅନୁଦାନକୁ ଦେଖିଲେ, ୨୦୧୯-୨୦ରେ ୫ ଲକ୍ଷ ୧ ହଜାର ୩୦୦ ଟଙ୍କା, ୨୦୨୦-୨୧ରେ ୩ ଲକ୍ଷ ୩୭ ହଜାର ୫୦୦ ଟଙ୍କା, ୨୦୨୧-୨୨ରେ ୩୦ ଲକ୍ଷ ୫୨ ହଜାର ୫୦୦ ଟଙ୍କା, ଉଭୟ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡିକର ସୁରକ୍ଷା ପାଇଁ ଆସିଥିବା ଅନୁଦାନ ମଧ୍ୟରୁ ୧୭ ଲକ୍ଷ ୯୭ ହଜାର ୬୫୦ ଟଙ୍କା ଏବଂ ଶିକ୍ଷକମାନଙ୍କୁ ସେଫ୍‌ଟି ପାଇଁ ତାଲିମ ଖର୍ଚ୍ଚ ବାବଦକୁ ଆସିଥିବା ଅନୁଦାନର ୨୦୨୦-୨୧ରେ ୭ ଲକ୍ଷ ୨୦ ହଜାର, ୨୦୨୧-୨୨ରେ ୩୩ ଲକ୍ଷ ୨୮ ହଜାର ୫୦୦, ୨୦୨୧-୨୨ରେ ୧୨ ଲକ୍ଷ ୪ ହଜାର ୫୦୦ ଟଙ୍କା ଓ ୨୦୨୨-୨୩ରେ ୩୯ ଲକ୍ଷ ୩୨ ହଜାର ୫୦୦ ଟଙ୍କାର ୟୁସି ଦାଖଲ ବାକି ପଡିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଅଧାରୁ ପାଠ ଛାଡିଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରଖି ୨୦୨୧-୧୧ରେ ସର୍ଭେ ପାଇଁ ଆସିଥିବା ୩ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟରୁ ୮୯ ହଜାର ଟଙ୍କା ୟୁସି ଦାଖଲ ହୋଇ ପାରିନାହିଁ। ଏଭଳି ଏକାଧିକ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅର୍ଥର ଠିକ୍‌ ବିନିଯୋଗ ହୋଇ ପାରୁ ନ ଥିବାରୁ ଯାଜପୁର ଜିଲାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ରସାତଲଗାମୀ ହେଉଥିବା ମତପ୍ରକାଶ ପାଇଛି। ଏହିସବୁ ଅର୍ଥର ବିନିଯୋଗ ଉପରେ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ କଥା ସାମ୍ନାକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri