ରକ୍ତରଞ୍ଜିତ ହେଲା ସାକ୍ରମେଣ୍ଟୋ ସହର

ସାନ ଫ୍ରାନସିସ୍କୋ,୩।୪: କାଲିଫର୍ନିଆର ସାକ୍ରାମେଣ୍ଟୋ ସହରରେ ରବିବାର ସକାଳେ ଘଟିଥିବା ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୯ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି।

ଜଣେ ପୋଲିସ ଅଧିକାରୀ ଅତିକମ୍‌ରେ ୧୫ ପୀଡ଼ିତଙ୍କୁ ଠାବ କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସାକ୍ରମେଣ୍ଟୋ ପୋଲିସ ପକ୍ଷରୁ ଟୁଇଟରରେ ବିବୃତି ଜାରି କରାଯାଇଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ଏବଂ କିଏ ଏଥି ପାଇଁ ଦାୟୀ, ସେ ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇ ନାହିଁ।

Share