Categories: ଜାତୀୟ

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜଣଙ୍କ ଜୀବନ

ପାଟନା,୧୪।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଆହୁରି ୫ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତକଙ୍କ ପରିବାର ଲୋକେ ବିଷାକ୍ତ ମଦ ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ଦାବି କରିଛନ୍ତି। ହେଲେ କର୍ତ୍ତୃପକ୍ଷ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Share