
ଶିମ୍ଲା,୩୦ା୩: ହିମାଚଳପ୍ରଦେଶର କୁଲ୍ଲୁରେ ରବିବାର ଅପରାହ୍ନ ୫ଟାରେ ଭୂସ୍ଖଳନ ଘଟି ୩ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭୂସ୍ଖଳନରେ କେତେଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଜିଲାର ଶୀର୍ଷ ଅଧିକାରୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚତ୍ଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୋକେ ରାସ୍ତା ପାର୍ଶ୍ୱରେ ବସିଥିବାବେଳେ ଏକ ବଡ଼ ଗଛ ଉପୁଡ଼ିବା ସହ ମାଟି ଅତଡ଼ା ସେମାନଙ୍କ ଉପରେ ପଡ଼ିଯାଇଥିଲା। ଗଛ ପଡ଼ି କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ହକର, ଜଣେ କାର୍ ଡ୍ରାଇଭର ଏବଂ ୩ ଜଣ ପର୍ଯ୍ୟଟକ ରହିଛନ୍ତି।