ଚିତ୍ରକୋଣ୍ଡା,୨୯ା୭(ଡି.ଏନ୍.ଏ.): ଚିତ୍ରକୋଣ୍ଡା ଥାନାର ୯ ଜଣ କର୍ମଚାରୀଙ୍କର ସ୍ବାବ୍ ଟେଷ୍ଟ୍ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଡ୍ରାଇଭର, ଜଣେ କନଷ୍ଟେବଳ ଓ ଜଣେ ହୋମ୍ଗାର୍ଡ ଅଛନ୍ତି। ସମସ୍ତଙ୍କୁ ମାଲକାନଗିରି କୋଭିଡ୍ ହସ୍ପିଟାଲକୁ ପଠାଯିବା ସହ ଅନ୍ୟ ପୋଲିସ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ ପାଇଁ ମାଲକାନଗିରି ପଠାଯାଇଛି। ଏହା ପରେ ଜିଲାପାଳ ମନୀଷ ଅଗ୍ରୱାଲ ଚିତ୍ରକୋଣ୍ଡା ଥାନାକୁ ସିଲ୍ କରି କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରିବା ସହ କଟକଣା ଜୋର୍ଦାର କରିଛନ୍ତି। ଚିତ୍ରକୋଣ୍ଡାକୁ ପରିଚାଳନା ପାଇଁ ମାଲକାନଗିରି ପିଏ ଆଇଟିଡିଏ କ୍ଷିରାବ୍ଧୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି।
Posted inଆମ ଜିଲା ଖବର, ମାଲକାନଗିରି