ଦେଶରେ ୬% ନିଯୁକ୍ତି ବୃଦ୍ଧି

ଭୁବନେଶ୍ୱର,୯।୭(ଅନୁରାଧା ମହାରଣା): ଦେଶରେ ବର୍ଷକରେ ୪୬.୭ ନିୟୁତକୁ ନିଯୁକ୍ତି ସଂଖ୍ୟା ବୃଦ୍ଧି ପାଇଛି। ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହି ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ନିଯୁକ୍ତି ବୃଦ୍ଧି ପାଇଥିବାବେଳେ ଦକ୍ଷିଣ ଏସୀୟ ଦେଶରେ ବେକାରି ହାରକୁ ଦର୍ଶାଇଥିବା ଘରୋଇ ସର୍ବେକ୍ଷଣ ତୁଳନାରେ ଏହା ବହୁତ ଅଧିକ। ପ୍ରକାଶିତ ତଥ୍ୟ ଅନୁସାରେ, ୨୦୨୩-୨୪ରେ ନିଯୁକ୍ତି ଅଭିବୃଦ୍ଧି ୬% ରହିଛି, ଯାହାକି ୨୦୨୨-୨୩ରେ ୩.୨% ଥିଲା। ଚାକିରିର ଅଭାବ ଏବଂ ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହୁଥିବାବେଳେ ଏହି ତଥ୍ୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି। ଆର୍‌ବିଆଇ ତଥ୍ୟରୁ ଜଣାପଡ଼ିଛି ଯେ ୨୦୨୩-୨୪ରେ ଭାରତର ମୋଟ ନିଯୁକ୍ତି ୬୪୩.୩ ମିଲିୟନ ରହିଛି। ଆର୍ଥିକବର୍ଷ ୨୩ରେ ୫୯୬.୭ ମିଲିୟନ ଥିଲା। ଆର୍‌ବିଆଇ ଦ୍ୱାରା ନିୟମିତ ଜାରି କରାଯାଇଥିବା ଏହି ରିପୋର୍ଟରେ ପାରମ୍ପରିକ ଭାବରେ କେବଳ ଐତିହାସିକ ସଂଖ୍ୟା ଦର୍ଶାଯାଇଛି। ତେବେ ସୋମବାର ଆର୍‌ବିଆଇ କହିଛି ଯେ, ଉପଲବ୍ଧ ସୂଚନାକୁ ଆଧାର କରି ପ୍ରଥମ ଥର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାମଗ୍ରିକ ଅର୍ଥନୀତି ଲାଗି ଉତ୍ପାଦନର ଏକ ସାମୟିକ ଆକଳନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ଗତ ସପ୍ତାହରେ ସିଟିବ୍ୟାଙ୍କ ପ୍ରକାଶ କରିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ୧୧ ମିଲିୟନରୁ ୧୨ ମିଲିୟନ ନିଯୁକ୍ତି ଆବଶ୍ୟକତା ରହିଥିବାବେଳେ ପାଖାପାଖି ୭ ପ୍ରତିଶତ ଅଭିବୃଦ୍ଧି ଦ୍ୱାରା ଭାରତରେ କେବଳ ୮ ନିୟୁତରୁ ୯ ନିୟୁତ ନିଯୁକ୍ତି ସୃଷ୍ଟି କରିବ। ସିଟିର ମୁଖ୍ୟ ଭାରତ ଅର୍ଥନୀତିଜ୍ଞ ସମୀରନ ଚକ୍ରବର୍ତ୍ତୀ ଉଲ୍ଲେଖ କରିଛନ୍ତି ଯେ, ଜିଡିପି ଅଭିବୃଦ୍ଧି ମଧ୍ୟ ଆସନ୍ତା ଦଶନ୍ଧି ମଧ୍ୟରେ ଚାକିରି ଆବଶ୍ୟକତା ପୂରଣ କରିପାରିବ ନାହିଁ। ଏକ ପୃଥକ୍‌ ବିବୃତିରେ, ଫେଡେରାଲ ଶ୍ରମ ବିଭାଗ ସିଟିର ରିପୋର୍ଟକୁ ପ୍ରତ୍ୟାଖାନ କରି କହିଛି, ଏହାର ଆକଳନରୁ ଜଣାପଡ଼ିଛି ଯେ ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ବାର୍ଷିକ ହାରାହାରି ୨୦ ନିୟୁତରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି, ଅନ୍ୟ ଏକ ବେସରକାରୀ ଥିଙ୍କ ଟ୍ୟାଙ୍କ ଯାହା ଦେଶରେ ବେକାରି ସଂଖ୍ୟା ଉପରେ ନଜର ରଖିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ବେକାରି ହାର ୮% ଏବଂ ପୂର୍ବ ଦୁଇ ବର୍ଷରେ ୭.୭ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri