ଭୁବନେଶ୍ୱର,୨୯ା୪(ବ୍ୟୁରୋ): ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହୋଇଛନ୍ତି ୬ ନକଲି ଦିବ୍ୟାଙ୍ଗ ଛାତ୍ର। କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନକଲି ଛାତ୍ର ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସରକାର ଗାଇଡ୍ଲାଇନ୍ ଅନୁସାରେ ସେମାନଙ୍କ ଆଡ୍ମିଶନ ରଦ୍ଦ କରାଯିବ। ମୋଟ୍ ୨୭ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଥିବା ବେଳେ ଯାଞ୍ଚ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଠାଯାଇଥିଲା। ୨୭ ମଧ୍ୟରୁ ୬ଟି ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଥିବା ଛାତ୍ର ଚିହ୍ନଟ ହୋଇଛନ୍ତି। ନୟାଗଡ଼ରୁ ୩, ଖୋର୍ଦ୍ଧା ୨, କଟକରୁ ଜଣେ ଛାତ୍ରଙ୍କର ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଥିବା ସ୍ପଷ୍ଟ ହୋଇଛି । ଏମାନେ ସମସ୍ତେ ପ୍ରଥମ ବର୍ଷର ଛାତ୍ର। ନକଲି ଛାତ୍ର ଚିହ୍ନଟ ପରେ ରାଜଧାନୀ କଲେଜ ଅଧ୍ୟକ୍ଷ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।