Categories: ଜାତୀୟ

ସେଣ୍ଟ୍ରାଲ କୋଲକାତାରେ ଅଗ୍ନିକାଣ୍ଡ: ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

କୋଲକାତା, ୮।୩ : ସେଣ୍ଟ୍ରାଲ କୋଲକାତାର ଷ୍ଟ୍ରାଣ୍ଡ ରୋଡ୍‌ ସ୍ଥିତ ଏକ ବହୁ ମହଲା କୋଠାରେ ସୋମବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଆକାଳନ କରାଯାଉଛି। ତେବେ କୌଣସି ଅଧିକାରୀଙ୍କ ପକ୍ଷରୁ ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅଗ୍ନଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାବାକୁ ଉଦ୍ୟମ ଚଳାଇଛନ୍ତି। ରାଜ୍ୟର ବରିଷ୍ଠ ନେତା ଓ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି। ” କେତେ ଜଣଙ୍କ ମୃତ୍ୟୁ ଘଟିଛି, ତାହା ଏ ପର୍ଯ୍ୟନ୍ତ କହି ହେବ ନାହିଁ“ ବୋଲି ମନ୍ତ୍ରୀ ଫିର୍ହାଦ ହାକିମ କହିଛନ୍ତି।

Share