ବ୍ରିଟେନରେ ପଢୁଥିବା ୨୨ ବର୍ଷୀୟା ଏଲି ଏବଂ ଲୁକାସ ୧ ବର୍ଷରୁ ଅଧିକ ଧରି ପରସ୍ପରକୁ ଡେଟ୍ କରୁଥିଲେ। ପୂର୍ବରୁ ଦୁହେଁ ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ। କିନ୍ତୁ ପରେ ଉଭୟେ ପ୍ରେମରେ ପଡ଼ିଥିଲେ। ଏହା ପରେ ସେମାନଙ୍କ ବିବାହ ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏଲିଙ୍କ ଉଚ୍ଚତା ୬ ଫୁଟ ହୋଇଥିବା ବେଳେ ଲୁକାସଙ୍କ ଉଚ୍ଚତା ୫ ଫୁଟ। ତଥାପି ଭଲ ପାଇବା ଆଗରେ ଉଚ୍ଚତା କିଛି ବାଧା ସୃଷ୍ଟି କରିନି। ଦୁହେଁ ସୁନ୍ଦର ଦମ୍ପତି ଭାବରେ ଜୀବନ ଅତିବାହିତ କରୁଛନ୍ତି।
ଏଲି ଟିକ୍ଟକ୍ରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ମୁଁ ଏହି ଧାରାକୁ ପସନ୍ଦ କରେ। ଏକ ଫଟୋରେ ଦୁହେଁ ଠିଆ ହୋଇଛନ୍ତି। ଲୁକାସ ଏଲିଙ୍କଠାରୁ ବହୁତ ସାନ ଦେଖାଯାଉଛନ୍ତି। ସେମାନେ ଉଚ୍ଚତାକୁ ନେଇ କେବେ ମନ ଋଣା କରନ୍ତି ନାହିଁ, ବରଂ ଖୁସି ହୁଅନ୍ତି।
ଜଣେ ୟୁଜର ଲେଖିଛନ୍ତି, ଦୁହେଁ ସୁନ୍ଦର ଦମ୍ପତି ଦେଖନ୍ତି। ଆଉ ଜଣେ ୟୁଜର କହିଛନ୍ତି, ଏଲି ତୁମେ ରାଜକୁମାରୀ। ଜଣେ ମହିଳା ୟୁଜର କହିଛନ୍ତି, ପ୍ରକୃତରେ ସୁନ୍ଦର ଦମ୍ପତି।