ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬ ଜଣ ସାଥୀ ଭଉଁରୀ ଜାଲ ପକାଇ ମାଛ ଧରୁଥିଲେ। ହଠାତ ସାମୁଦ୍ରିକ ଜୁଆର ଅନ୍ତସ୍ରୋତରେ ୬ ସାଥୀ ଭାସି ଯାଇଥିଲେ। ସେମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ଏମାନଙ୍କ ଚିତ୍କାର ଶୁଣି ଡଙ୍ଗାରେ ମହାନଦୀରେ ମାଛ ଧରୁଥିବା ରାମନଗର ଗଁାର ପ୍ରକାଶ ମିର୍ଦ୍ଧା ପହଞ୍ଚତ୍ ୫ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ରାମନଗର ଗ୍ରାମର ବାପି ମଣ୍ଡଳ (୨୮) ବୋଲି ଜଣାପଡିଛି। ସାଥୀମାନେ ବାପିଙ୍କୁ ଉଦ୍ଧାର କରିବାକୁ ସତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
ଏହି ଖବର ପ୍ରଚାରିତ ପରେ ସ୍ଥାନୀୟ ଅଞ୍ଚଳରେ ବହୁସଂଖ୍ୟାରେ ଲୋକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଖବରପାଇ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚତ୍ ଥାନା ସ୍ପିଡ ବୋଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିଲେ। ପରେ ମହାକାଳପଡ଼ା ଅଗ୍ନିଶମ ବାହିନୀର କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ୪ଟି ଡଙ୍ଗାରେ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ଜାଲ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି। ସା ସୁଦ୍ଧା ନିଖୋଜ ଯୁବକଙ୍କ ସନ୍ଧାନ ମିଳି ପାରିନାହିଁ।
ଉଦ୍ଧାର ପାଇଥିବା ଯୁବକମାନେ ହେଲେ ରାମନଗର ଗ୍ରାମର ପ୍ରଭାସ ମଣ୍ଡଳ (୩୦), ଗୋବିନ୍ଦ ମଣ୍ଡଳ (୩୦), ହିରନ୍ୟ ସରକାର (୨୮), ତାପସ ମଣ୍ଡଳ (୩୦) ଓ ଜିତୁ ସାମଲ (୨୭) ବୋଲି ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରୁ ତାପସ ଅଧିକ ପାଣି ପିଇ ଦେଇଥିବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଅର ନିଖୋଜ ଖବର ଶୁଣି ମା’ ସରସ୍ବତୀ ଘଟଣାସ୍ଥଳରେ ପହଞ୍ଚତ୍ କାନ୍ଦି କାନ୍ଦି ବେହୋସ୍‌ ହୋଇ ପଡ଼ିଥିଲେ। ଗ୍ରାମର ରତନ କାଞ୍ଜିଲାଲ୍‌, ନିକୁଞ୍ଜ ସର୍ଦ୍ଦାର, ବିକାଶ ଦେବନାଥ, ସୁଜିତ ମାଇତି, ଭବସିନ୍ଧୁ ମଣ୍ଡଳଙ୍କ ସମେତ ବହୁସଂଖ୍ୟାରେ ଗ୍ରାମର ଲୋକ ଦୁଃଖ ପ୍ରକାଶ କରିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଆଇଆଇସି ବିଶ୍ୱାଳ କହିଛନ୍ତି। ବୁଧବାର ସକାଳେ ଉଦ୍ଧାର କାର୍ଯ୍ୟ ଜାରି ରହିବ। ଏ ସଂକ୍ରାନ୍ତରେ ତହସିଲଦାର ଶିବ ମଲିକଙ୍କୁ ପଚାରିବାରେ ଯାନବାରେ ଘଟଣାସ୍ଥଳକୁ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ବିଜୟ କୁମାର ବେହେରାଙ୍କ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି ମଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶ୍ରୀରାମ ନବମୀ ମହୋତ୍ସବରେ ଶ୍ରଦ୍ଧାଳୁଙ୍କୁ ସର୍ବତ ବଣ୍ଟନ

କୋକସରା,୧୦।୪,(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଅବସ୍ଥିତ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ତଥା ଏଠାରେ ଥିବା ପୌରାଣିକ ପୃଷ୍ଠଭୂମି ବହନ କରୁଥିବା...

ମମତା ସରକାରଙ୍କୁ ହଟାଇବାକୁ ଏମିତି ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ...

ଅନ୍ଧାରରେ ଗଞ୍ଜାମ ସହର

ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ...

ସାନଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ଚନ୍ଦ୍ରଧ୍ୱଜ-ସଭାପତି, କିଶୋର-ସମ୍ପାଦକ ମନୋନୀତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ୱଜ ସିଂହଙ୍କୁ ସଂଘର...

ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୃତ୍ୟ

ରାଇକିଆ, ୫।୪(ପ୍ରଦୀପ ବେହେରା )-କନ୍ଧମାଳ ଜିଲା ରାଇକିଆ ପଞ୍ଚଦଣ୍ଡ ପରିଚାଳନା କମଟି ଆନୁକୁଲ୍ୟରେ ଗୁରବାର ଅଷ୍ଟମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ପଞ୍ଚଦଣ୍ଡ କମିଟିର ୨୬...

ଗହଣା ଦୋକାନରୁ ୧୨ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ପବିତ୍ର କୁମାର ବିଷୋୟୀଙ୍କ ଗହଣା ଦୋକାନରୁ ୧୨୦ ଗ୍ରାମ...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ୨୨ ଏପ୍ରିଲରୁ ଅନିର୍ଦ୍ଦିଷ୍ଟ କାଳ ପ୍ରତିବାଦ

କେନ୍ଦ୍ରାପଡା,୧୦।୪: ଉପକୂଳ ଜିଲାରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ଦାବି କରି କେନ୍ଦ୍ରାପଡା ବାସିନ୍ଦା ୨୨ ଏପ୍ରିଲରୁ କଲେକ୍ଟରଙ୍କ...

ଦିଲ୍ଲୀ ପହଞ୍ଚିଲେ ତହୱୁର ରାଣା, ଗିରଫ କଲା NIA

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image