Categories: ଜାତୀୟ

ଖଲିସ୍ତାନୀ ହରବିନ୍ଦର ସିଂଙ୍କ ସମେତ ୬ ପଳାତକ ଅପରାଧୀ ଘୋଷିତ…

ନୂଆଦିଲ୍ଲୀ,୧।୮ : ନୂଆଦିଲ୍ଲୀରେ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ସ୍ବତନ୍ତ୍ର କୋଟ ୬ ଜଣ ଗ୍ୟାଙ୍ଗଷ୍ଟରକୁ ଅପରାଧୀ ବୋଲି ଘୋଷଣା କରିଛନ୍ତି। ଏହି ଗ୍ୟାଙ୍ଗଷ୍ଟରମାନେ କାନାଡା ଏବଂ ପାକିସ୍ଥାନରୁ ଅପରାଧ କରିଥାନ୍ତି। ଅପରାଧୀ ଘୋଷିତ ଏହି ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ କାନାଡା ଭିତ୍ତିକ ଅର୍ଶଦୀପ ସିଂ ଛଦ୍ମନାମ ଅର୍ଶ ଡାଲା, ରାମଣଦୀପ ସିଂ ଛଦ୍ମନାମ ରମଣ ଜଜ, ଲଖବୀର ସିଂ ସାନ୍ଧୁ ଛଦ୍ମନାମ ଲଣ୍ଡା ଅଛନ୍ତି। ଏଥି ସହ ପାକିସ୍ତାନରେ ରହୁଥିବା ଖଲିସ୍ତାନୀ ହରବିନ୍ଦର ସିଂ ସାନ୍ଧୁ ଛଦ୍ମନାମ ରିନ୍ଦା, ଲଖବୀର ସିଂ ରୋଡ ଏବଂ ୱାଡୱା ସିଂ ବାବରଙ୍କୁ ମଧ୍ୟ ଅପରାଧୀ ଘୋଷିତ କରାଯାଇଛି।

Share