ହୀରାକୁଦ ଜଳଭଣ୍ଡାରର ୬ ଗେଟ୍‌ ଖୋଲିଲା

ସମ୍ବଲପୁର,୧୪।୯(ବ୍ୟୁରୋ): ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍‌। ଉପର ମୁଣ୍ଡରେ ବର୍ଷା ହେଉଥିବା କାରଣରୁ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ମଙ୍ଗଳବାର ସନ୍ଧ୍ୟାରେ ଗେଟ୍‌ ଖୋଲିଛନ୍ତି। ପ୍ରଥମେ ୨ଟି ଗେଟ୍‌ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ୬ ଗେଟ୍‌ ଖୋଲିଛି।

ତେବେ ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ ୪୬.୪୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଡ୍ୟାମ୍‌ର ଜଳପତ୍ତନ ୬୨୬.୮୩ ରହିଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୩୧୨ ଘନଫୁଟ ଜଳ ଡ୍ୟାମ୍‌କୁ ପ୍ରବେଶ କରୁଛି। ଏବେ ଏକ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ାଯିବ। ଏହାଦ୍ୱାରା ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ନ ଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ କହିଛନ୍ତି।

Share