ପାଟଣା,୧୨।୧୧(ସ୍ବ. ପ୍ର.): ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏ ନେଇ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ନିହ୍ନୁଆଁ ଛକ ଓ ସାହରପଡ଼ା ଦେଇଯାଇଥିବା ୨୨୦ ନଂ.ଜାତୀୟ ରାଜପଥର ସାହାରପଡା ବଜାର ନିକଟରେ ପାଟଣା ଓ ସାହାରପଡା କଂଗ୍ରେସ ପକ୍ଷରୁ ଶାନ୍ତି ପୁର୍ଣ୍ଣ ଭାବରେ ହରତାଳ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା ସୁବଳ ସାହୁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନସ ସାହୁ, ଗୋବର୍ଦ୍ଧନ ସିଂ,ବ୍ରଜବନ୍ଧୁ ନାଏକ, ବାଡ଼ିଆ ସାହୁ ପ୍ରମୁଖ ସାମିଲ ହୋଇଥିଲେ।