ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ,୧୨।୧୧: ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି କ୍ରମରେ ଶୁକ୍ରବାର ବଲାଙ୍ଗୀରରେ ବନ୍ଦ ପାଳନ ଜୋରଦାର ହୋଇଛି । ସକାଳୁ କଂଗ୍ରେସ କର୍ମୀମାନେ ସହରର ବିଭିନ୍ନ ସ୍ଥାନ ବୁଲି ପିକେଟିଂ କରିଥିଲେ। ତୁରନ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରାଯାଇଛି। ବନ୍ଦ ଡାକରା ଯୋଗୁ ସହରରେ ଦୋକାନ ବଜାର ବନ୍ଦ ରହିଛି । ଘରୋଇ ବସ ବନ୍ଦ ରହିଥିବା ବେଳେ ସରକାରୀ ବସ ଚଳାଚଳ କରୁଥିବା ଦେଖାଯାଇଛି । ପାଟଣା ହୋଟେଲ ଛକ ଠାରେ କଂଗ୍ରେସ ଜିଲା ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ ବହୁ କର୍ମୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

Share