ଚମ୍ପୁଆ,୧୭ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍ରେ ହାତୀ ଉପଦ୍ରବ ନିୟମିତ ଭାବେ ଲାଗି ରହିଛି। କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି। ରବିବାର ରାତିରେ ଦୁଇ ହାତୀ ପତଳା ଅଞ୍ଚଳରେ କଞ୍ଚନୀ କାଳନ୍ଦୀ ଓ ମକୁରୁ ପାତ୍ରଙ୍କ ଘର ଭାଙ୍ଗି ଥିବା ବେଳେ ଗମ୍ଭାରିଆ ଅଞ୍ଚଳର ୪ବଖରା ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛନ୍ତି। ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନେଇ ଗଜ ସାଥୀମାନଙ୍କୁ ନିୟୋଜିତ କରାଯାଇଛି। ଏପରିକି ହାତୀ ପଲଙ୍କୁ ଜନବସତି ଠାରୁ ଦୂରେଇ ଜଙ୍ଗଲ ମଧ୍ୟକୁ ପଠାଇବା ପାଇଁ ହାତୀସ୍କ୍ବାଡ ଗଠନ କରାଯାଇଛି। ମାତ୍ର ହାତୀ ଉପଦ୍ରବ କମିବା ବଦଳରେ ବଢିବାରେ ଲାଗିଛି। ଦିନ ବେଳା ହାତୀ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ରାତିହେଲେ ଗାଁ ଭିତରକୁ ପଶି କ୍ଷୟକ୍ଷତି କରୁଛନ୍ତି।