୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍‌କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…

ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ ସଂଗଠନଗୁଡ଼ିକୁ ମାନ୍ୟତା ଦେବାଲାଗି ଅଣାଯାଇଥିବା ପ୍ରସ୍ତାବ ବିରୋଧରେ ୬ ଦେଶ ଭୋଟ ଦେଇଛନ୍ତି। ଏହି ପ୍ରସ୍ତାବକୁ ଆମେରିକା ପକ୍ଷରୁ ଆଣାଯାଇଥିଲା।

ଏହି ପ୍ରସ୍ତାବରେ ୬ଟି ସଂଗଠନକୁ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦରେ ସ୍ବତନ୍ତ୍ର ପରାମର୍ଶଦାତା ମାନ୍ୟତା ଦେବାକୁ ଦାବି କରାଯାଇଥିଲା। ୫୪ ସଦସ୍ୟ ବିଶିଷ୍ଟ ଅଥନୈତିକ ଏବଂ ସାମାଜିକ ପରିଷଦ ବୈଠକରେ ଅଣ-ସରକାରୀ ସଂଗଠନ କମିଟି ସ୍ବତନ୍ତ୍ର ପରାମର୍ଶଦାତା ମାନ୍ୟତା ପାଇଁ ୨୦୩ ମାନବ ଅଧିକାର ଗୋଷ୍ଠୀକୁ ସୁପାରିଶ କରିଥିଲା। ଉଇକିପିଡ଼ିଆ ଚଳାଉଥିବା ସଂଗଠନ ସମେତ ଅନ୍ୟ ୬ଟି ଅଣ-ସରକାରୀ ସଂଗଠନ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି।

ଆମେରିକା ଦ୍ୱାରା ପ୍ରସ୍ତାବିତ ଏକ ଡ୍ରାଫ୍ଟରେ ଏହି ତାଲିକା ଯୋଗ କରାଯାଇଥିଲା। କିନ୍ତୁ ଭାରତ ସମେତ ୬ଟି ଦେଶ ସେମାନଙ୍କ ବିରୋଧରେ ଭୋଟ ଦେଇଛନ୍ତି। ଜାତିସଂଘର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ପ୍ରତିନିଧୀଙ୍କ ଦ୍ୱାରା ଉପସ୍ଥାପିତ ପରିଷଦ ସହିତ ଉପଦେଷ୍ଟା ମାନ୍ୟତା ଥିବା ଅଣ-ସରକାରୀ ସଂଗଠନର ତାଲିକାରେ ଡ୍ରାଫ୍ଟ ରିଜୋଲ୍ୟୁସନ ଏକ ଆଲୋଡ଼ନ ସୃଷ୍ଟି କରିଛି। ସମୁଦାୟ ୩୬ ଟି ଦେଶ ପ୍ରାୟୋଜିତ ଏହି ରିଜୋଲ୍ୟୁସନ ଡ୍ରାଫ୍ଟ କମିଟି ଦ୍ୱାରା ପ୍ରସ୍ତାବିତ ତାଲିକାରେ ୬ଟି ଅତିରିକ୍ତ ଏନଜିଓଙ୍କ ନାମ ସୁପାରିଶ କରାଯାଇଥିଲା।

Share