ସାମୁଦ୍ରିକ ଝଡ଼ ଏମ୍ପିଲ୍‌ର ପ୍ରଭାବ, ୬ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ, ୧୬।୦୮: ସାମୁଦ୍ରିକ ଝଡ଼ ଏମ୍ପିଲ୍‌ ପ୍ରଭାବ ଜାପାନ ଉପରେ ପଡ଼ିଛି । ଜାପାନର ମୁଖ୍ୟ ଦ଼୍ବିପ ଆଡ଼କୁ ଏହି ବତ୍ୟା ମାଡ଼ିଚାଲିଛି । ଫଳରେ ଜାପାନରେ ଗମାନା ଗମନ ପ୍ରଭାବିତ ହୋଇଛି । ପାଣିପାଗ ଖରାପ କାରଣରୁ ବିମାନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ସରକାରଙ୍କ ପକ୍ଷରୁ ବାତ୍ୟା ପରେ ଭୂସ୍ଖଳନ ନେଇ ଚେତାବନୀ ଜାରି କରାଯାଇଛି । ପାଣିପାଗ ବିଭାଗ ଲୋକଙ୍କୁ ଘରୁ ବାହାରକୁ ନବହାରିବା ଏବଂ ବିପଦପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛି ।

ଝଡ଼ ଯୋଗୁଁ ଜାପାନରେ ଶହ ଶହ ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି । ପ୍ରାୟ ୧୦ ହଜାର ଘରକୁ ଖାଲି କରିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ଏହି ବାତ୍ୟା ଏମ୍ପିଲ ଭୀଷଣରୁ ଅତିଭୀଷଣ ବାତ୍ୟାର ରୂପ ନେଇପାରେ । ଜାପାନର ରାଜଧଆନୀ ଟୋକିଓ ପାଖାପାଖି ପହଞ୍ଚିଛି। ବାତ୍ୟା ଫଳରେ ଘଣ୍ଟା ପ୍ରତି ୨୧୬ କିଲୋମିଟର ବେଗରେ ପବନ ବହିବାରେ ଲାଗିଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବଚ୍ଛିନ୍ନ ହୋଇପଡ଼ିଛି । ପ୍ରାୟ ତେବେ ୬ଶହରୁ ଉଦ୍ଧର୍‌଼ବ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ ହେବାପରେ ୧,୨୦,୦୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ହାଇସ୍ପିଡ୍‌ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି ।

Share