ଭାଜପା ଟିକେଟ ଆଶାରେ ୬

ବାସୁଦେବପୁର,୧୨।୩(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲାର ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତ, ପୌରପାଳିକାର ୨୩ ୱାର୍ଡ ଓ ତିହିଡ଼ି ବ୍ଲକର ୯ ପଞ୍ଚାୟତକୁ ନେଇ ଗଠିତ। ୨୦୦୦ ମସିହାରୁ ଏହି ଆସନକୁ ବିଜୁ ଜନତା ଦଳ (ବିଜେଡି) ଅକ୍ତିଆର କରିଆସିଛି। ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏବେ ବିଧାୟକ ଅଛନ୍ତି। ଭାଜପା ଏଠାରୁ ଖାତା ଖୋଲିପାରି ନ ଥିବାରୁ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କସରତ କରୁଛି।
ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ବାସୁଦେବପୁର ବିଧାନସଭା ଆସନ ପାଇଁ ଭାଜପାରୁ ୬ ଆଶାୟୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଆଧାର କରି ଆଶାୟୀ ପ୍ରାର୍ଥୀମାନେ ନିଜର ସମର୍ଥକଙ୍କୁ ଧରି ପଞ୍ଚାୟତ ଓ ଗଁା ପରିକ୍ରମା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଦେଖିଲେ ଦଳର ବରିଷ୍ଠ ନେତା ତଥା ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ମାଧବାନନ୍ଦ ମଲିକଙ୍କ ପୁଅ ଉଦୟ ନାରାୟଣ ମଲିକ ସକ୍ରିୟ ଅଛନ୍ତି। ଉଦୟ ଭାଜପାର ଜିଲା ଉପସଭାପତି ଅଛନ୍ତି। ୨୦୧୯ ନିର୍ବାଚନରେ ପିତା ମାଧବାନନ୍ଦଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହି ନିର୍ବାଚନରେ ମାଧବାନନ୍ଦଙ୍କୁ ୩୫ ହଜାର ଭୋଟ୍‌ ମିଳିଥିଲା। ପିତାଙ୍କ ଅପେକ୍ଷା କିଭଳି ଅଧିକ ସମର୍ଥନ ପାଇବେ ସେଥିରେ ସେ ଲାଗିପଡ଼ିଛନ୍ତି। ସେହିପରି ୨୦୧୪ରେ ଭାଜପା ଟିକେଟରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ଜିଲା ସଭାପତି ଦୀନବନ୍ଧୁ ପତି ବାସୁଦେବପୁରରେ ଦଳକୁ ସୁଦୃଢ଼ କରିବାରେ ନିଜକୁ ନିୟୋଜିତ କରିଛନ୍ତି। ଦଳର ଜଣେ କ୍ୟାଡର ନେତା ଓ ସଂଘ ପରିବାର ସହ ସେ ଯୋଡ଼ି ହୋଇ ରହିଥିବା ବେଳେ ତିହିଡ଼ି ଓ ବାସୁଦେବପୁର ବ୍ଲକରେ ତାଙ୍କର ମଧ୍ୟ ପ୍ରଭାବ ରହିଛି। ଅନୁରୂପ ଭାବେ ୨୦୦୯ରେ ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବା ଅଶୋକ କୁମାର ସାହୁ ମଧ୍ୟ ଟିକେଟ ପାଇବା ଲାଗି ଆଶାରେ ଅଛନ୍ତି। ସଂଘ ପରିବାର ସହ ମଧ୍ୟ ତାଙ୍କ ସମ୍ପର୍କ ମଜଭୁତ ରହିଛି।
ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରତାପ କୁମାର ନାୟକ ଏଠାରୁ ମଧ୍ୟ ଟିକେଟ ଆଶୟୀ ଅଛନ୍ତି। ଶିକ୍ଷାବିତ୍‌ ଭାବେ ଏ ଅଞ୍ଚଳରେ ସେ ଜଣେ ଚିହ୍ନାମୁହଁ ହୋଇଥିବା ବେଳେ ଭାଜପା ରାଜ୍ୟ ବୁଦ୍ଧିଜୀବୀ ସେଲ୍‌ର ସେ ସଂଯୋଜକ ଥିବା ସହ ଦଳୀୟ ଓ ସାଙ୍ଗଠନିକ କାର୍ଯ୍ୟରେ ଲାଗି ରହିଛନ୍ତି। ଅନ୍ୟତମ ଆଶାୟୀ ଯୁବ ବ୍ୟବସାୟୀ ମନୋଜ କୁମାର ନାୟକ। ସେ ମଧ୍ୟ ଗାଁଗଣ୍ଡା ବୁଲି ସଭା ସମିତିରେ ସାମିଲ ହେବା ସହ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଅନ୍ୟତମ ନୂଆ ଚେହେରା ସବ୍ୟସାଚୀ ମହଲା। ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ତାଙ୍କ ଘର ହୋଇଥିବା ବେଳେ ସେ ରାଜ୍ୟ ଭାଜପା ଓବିସି ମୋର୍ଚ୍ଚାର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ କାର୍ଯ୍ୟ କରୁୁଛନ୍ତି। ସବ୍ୟସାଚୀ ଜଣେ ଓବିସି ଶ୍ରେଣୀଭୁକ୍ତ ଆଶାୟୀ ହୋଇଥିବାରୁ ବାସୁଦେବପୁର, ତିହିଡ଼ି ଅଞ୍ଚଳର ଭାଜପା ଭୋଟ ସହ ଓବିସି ଶ୍ରେଣୀର ଭୋଟର ତଥା ଯାଦବ ଭୋଟରମାନେ ତାଙ୍କୁ ଅଧିକ ସହଯୋଗ କରିବେ ବୋଲି ସେ ଆଶା ବାନ୍ଧିଛନ୍ତି।
ଦୀର୍ଘବର୍ଷ ଧରି ବିଜେଡି ପ୍ରାର୍ଥୀ ଜିତି ଆସୁଥିବାରୁ ଆଗାମୀ ନିର୍ବାଚନରେ ଭୋଟର ଭାଜପାକୁ ପସନ୍ଦ କରିବେ ବୋଲି ଦଳୀୟ ନେତା ଓ କର୍ମୀ କହୁଛନ୍ତି। ହେଲେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ରାଜ୍ୟ ଓ ଜିଲା ନେତୃମଣ୍ଡଳୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଏହି ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ, ସେଥିନେଇ କୌଣସି ଆଭାସ ମିଳିପାରୁ ନାହିଁ। ପୁଣି ବିଜେଡି-ଭାଜପା ମେଣ୍ଟ ଝୁଲି ରହିବା ଆଉ ଏକ ଦିଗକୁ ଇଙ୍ଗିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶା

ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି,...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଘୋଷଣା

ଭୁବନେଶ୍ୱର,୨୪।୪: ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ...

କଶ୍ମୀରୀ ଖବରକାଗଜ ପୃଷ୍ଠାରେ ପହଲଗାମ୍‌ ଆକ୍ରମଣର ପ୍ରତିବାଦ

ପହଲଗାମ୍‌,୨୪।୪: ପହଲଗାମ୍‌ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ବୁଧବାର ଜମ୍ମୁ-କଶ୍ମୀରରୁ ପ୍ରକାଶ ପାଇଥିବା ଖବରକାଗଜଗୁଡ଼ିକରେ ପ୍ରତିବାଦର ସ୍ବର ପ୍ରତିଧ୍ୱନିତ ହୋଇଛି। ଇଂଲିଶ ଓ...

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

Pahalgam Terror Attack: ପାକ୍‌କୁ ବଡ଼ ଧମକ ଦେଲା ଭାରତ, ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏହାରି ଭିତରେ ସବୁଠୁ ବଡ଼ ଖବର ହେଉଛି, ଭାରତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ...

ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର,୨୪।୪(ସୁଚିସ୍ମିତା ସାହୁ): ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ...

ମାଙ୍କଡ ଡେଇଁଚି, ସମୟ କହିପାରିବୁନି; ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଲୋକେ ଛଟପଟ

ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image