Categories: ଜାତୀୟ

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ୬ ଗୁରୁତର

ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲାର ସୁମୋ ଟ୍ୟାକ୍ସି ଷ୍ଟାଣ୍ଡ୍‌ ସୁମ୍ବଲ ଠାରେ ମଙ୍ଗଳବାର ବିସ୍ଫୋରଣ ହୋଇଛି। ଏଥିରେ ପାଖାପାଖି ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପରେ ସେଠାରୁ ଶ୍ରୀନଗର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରଙ୍କ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏଯାଏ ବିସ୍ଫୋରଣ କାରଣ ଜଣାପଡିନାହିଁ।

Share