Categories: ଜାତୀୟ

ବିହାରରେ ପଶିଲେ ୬ ଜୈଶ୍‌ ଆତଙ୍କବାଦୀ: ହାଇ ଆଲର୍ଟ ଜାରି

ପାଟନା, ୨୯।୬: ନେପାଳ ରାସ୍ତା ଦେଇ ବିହାରରେ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଏନେଇ ସ୍ପେଶାଲ ବ୍ରାଞ୍ଚ୍‌ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁଜାଫରପୁର ସହିତ ଉତ୍ତର ବିହାରରେ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ ଜୈଶ୍‌-ଇ-ମହମ୍ମଦ ସଂଗଠନର ବୋଲି କୁହାଯାଉଛି। ଆତଙ୍କବାଦୀମାନେ ପାକିସ୍ତାନ ସୈନ୍ୟ ବାହିନୀ ଦ୍ୱାରା ତାଲିମ ନେଇ ଥିବା କୁହାଯାଉଛି। ଆତଙ୍କବାଦୀମାନେ କେତେକ ରାଜନୈତିକ ନେତା ଏବଂ ପ୍ରମୁଖ ସ୍ଥଳ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିବା ସ୍ପେଶାଲ ବ୍ରାଞ୍ଚ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ଦିଲ୍ଲୀରେ ଜୈଶ୍‌-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବାର ୪ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ରାଜ୍ୟ ସୀମାରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।

Share