Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ,୨୧ ଆହତ

ଲକ୍ଷ୍ନୌ,୧୪।୧୨: ଉତ୍ତରପ୍ରଦେଶର ଫିରୋଜାବାଦରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଥିବା ଜଣାପଡିଛି। । ତେବେ ଚିକିତ୍ସା ପାଇଁ ଆହତଙ୍କୁ ସାଇଫାଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ବସ୍‌ଟି ୫୦ ଜଣ ଯାତ୍ରୀଙ୍କୁ ନେଇ ଲୁଧିଆନାରୁ ରାଏବରେଲୀ ଅଭିମୁଖେ ଯାଉଥିବା ବେଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସକାଳ ପ୍ରାୟ ୪.୩୦ରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ୨୧ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Share