Categories: ଜାତୀୟ

ବାଣ କାରଖାନାରେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି, ୮ ଗୁରୁତର

ପାଟନା,୨୪।୭: ବିହାରର ସରଣ ଜିଲା ଖଇରା ଥାନା ଅଧୀନ ଖୁଦାଇବାଗ ଗ୍ରାମରେ ରବିବାର ଶବୀର ହୁସେନଙ୍କ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିଲା। ଏପରି କି ଘରଟି ନଦୀକୂଳରେ ଅବସ୍ଥିତ ଥିବାରୁ ଘରର ପ୍ରମୁଖ ଅଂଶ ଭୁଶୁଡି ପଡିଛି। ମାଟି ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ବିସ୍ଫୋରଣର କାରଣ ଜାଣିବା ନେଇ ପୋଲିସର ଅନୁସନ୍ଧାନ ଜାରି ରହିଛି। ଫୋରେନ୍‌ସିକ ଟିମ୍‌ ସହ ବୋମା ନିଷ୍କ୍ରିିୟକାରୀ ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସରଣ ଏସ୍‌ପି ସନ୍ତୋଷ କୁମାର ପ୍ରକାଶ କରିଛନ୍ତି। ପୋଲିସର ସୂଚନା ମୁତାବକ, ବିସ୍ଫୋରଣ ଘଟିଥିବା ଘରେ ବେଆଇଭାବେ ବାଣ ତିଆରି କରାଯାଉଥିଲା। ବିସ୍ଫୋରଣ ଏକ ଘଣ୍ଟା ଧରି ହୋଇଥିବା ଜଣାପଡିଛି।

Share