Posted inଜାତୀୟ

ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍‌: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି

ଠାଣେ,୩୦।୬: ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଶନିବାର ଏହି ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି।
ମହାରାଷ୍ଟ୍ରର ଠାଣେ ଜିଲାର କାଶିମିରା ଅଞ୍ଚଳର ରଶ୍ମି କର ନାମ୍ନୀ ଜଣେ ମହିଳା ଏଆଇ ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ନିଜ ପଡୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କାର ଠକେଇ କରିଥିଲେ। ରଶ୍ମି ନିଜ ମହିଳା ପଡୋଶୀଙ୍କୁ କଲ୍‌ କରି ନିଜକୁ ଜଣେ ପୁରୁଷ ଭାବରେ ପରିଚିତ କରାଇଥିଲେ। କଲ୍‌ ସମୟରେ ରଶ୍ମି ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରି ନିଜ ସ୍ବରକୁ ଜଣେ ପୁରୁଷଙ୍କ ସ୍ବରରେ ପରିବର୍ତ୍ତନ କରିଥିଲେ। କଲ୍‌ରେ କଥାବାର୍ତ୍ତା ସମୟରେ ସେ ତାଙ୍କ ମହିଳା ପଡୋଶୀଙ୍କୁ ବିଭିନ୍ନ କିସ୍ତିରେ ଲକ୍ଷାଧିକ ଟଙ୍କା ଦେବାକୁ ଧମକ ଦେଇଥିଲେ। ପୀଡ଼ିତା ମହିଳା ଜଣକ ଜଣେ ପୁରୁଷଙ୍କ ସହ କଥା ହେଉଥିବା ଭାବି ଭୟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ ବିଭିନ୍ନ କିସ୍ତିରେ ରଶ୍ମିଙ୍କୁ ୬.୬ ଲକ୍ଷ ଟଙ୍କା ଦେଇଥିଲେ। ତେବେ କଲ୍‌ ଯୋଗେ କଥା ହେଉଥିବା ଉକ୍ତ ପୁରୁଷଙ୍କୁ କେବେ ମଧ୍ୟ ଭେଟି ନ ଥିବା ପୋଲିସ ସମ୍ମୁଖରେ ଉକ୍ତ ପୀଡ଼ିତା କହିଛନ୍ତି। ରବିବାର ପଚରାଉଚରାବେଳେ ରଶ୍ମି ପୋଲିସକୁ କହିଛନ୍ତି, ତାଙ୍କୁ ତୁରନ୍ତ ୬ ଲକ୍ଷ ଟଙ୍କା ଦରକାର ଥିଲା, ତେଣୁ ସେ କଲ୍‌ ସମୟରେ ସ୍ବର ବଦଳାଇବା ପାଇଁ ଏଆଇ ଟେକ୍ନୋଲୋଜି ବ୍ୟବହାର କରି ନିଜ ପଡୋଶୀଙ୍କୁ ଠକି ଚାଲିଥିଲେ। ପୀଡିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ରଶ୍ମିଙ୍କୁ ଶନିବାର ଗିରଫ କରିଛି। ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ଅଧିନିୟମ ଅନୁଯାୟୀ ପୋଲିସ ରଶ୍ମିଙ୍କ ବିରୋଧରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri