ଚେନ୍ନାଇ, ୧୫ା୫ (ପି.ଟି.)-କୋଭିଡ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପବ୍ଲିକ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାଛଡ଼ା ସେ ଅନ୍ୟମାନଙ୍କୁ ଯଥାସମ୍ଭବ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି। ଆସନ୍ତା ଟୋକିଓ ଅଲିମ୍ପିକ୍ସରେ ଦେଶରୁ ପ୍ରତିନିଧିତ୍ୱ କରିବାକୁ ଥିବା ସାଥିୟାଁ ୨୦୨୦ରେ କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କୁ ୧.୨୫ ଲକ୍ଷ ଟଙ୍କା ଦାନ କରିଥିଲେ। ତାମିଲନାଡୁରେ ଗୁରୁବାର ସାନି ରେକର୍ଡ ସଂଖ୍ୟକ ୩୦,୬୨୧ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି।