Advertisement

ମାଡ଼ ମାରି ଲୁଟି ନେଲେ ୬ ଲକ୍ଷ

ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମାରେ ଜଣେ ବ୍ୟବୟାସୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ମଧ୍ୟାହ୍ନ ୨ଟାରେ ମାଲକାନଗିରି ସଦର ମହକୁମାସ୍ଥିତ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ନିକଟରେ ଗୋପାଳକ୍ରିଷ୍ଣା ହାଡଓ୍ବେର ଦୋକାନରେ କାମ କରୁଥିବା ମ୍ୟାନେଜର ରବି ପ୍ରଧାନ ୬ ଲକ୍ଷ ଟଙ୍କା ଧରି ବ୍ୟାଙ୍କକୁ ଡିପୋଜିଟ୍‌ କରିବାକୁ ଯାଉଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ସାଇକେଲ ଚେନରେ ନିସ୍ତୁକ ମାଡ ମାରି ତାଙ୍କଠାରୁ ଡିକିରେ ଥିବା ଟଙ୍କା ବ୍ୟାଗ୍‌କୁ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ମାଲକାନଗିରି ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ରାମପ୍ରସାଦ ନାଗ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ସମ୍ମୁଖରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ସନ୍ଧାନ ମିଳିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel