ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା

ବଲାଙ୍ଗିର,୧୧।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ା କେହି ଆତତାୟୀ ଗୋଟିଏ ପରିବାରର ୬ ଜଣଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମଭାବେ ହତ୍ୟା କରିଛନ୍ତି ା ଫଳରେ ଗୋଟିଏ ପରିବାର ମୁଳପୋଛ ହୋଇଯାଇଛି ା ମୃତକମାନେ ହେଲେ ବୁଲୁ ଜାନୀ(୫୦) ତାଙ୍କ ସ୍ତ୍ରୀ ଜ୍ୟୋତି ଜାନୀ(୪୮), ଝିଅ ସରିତା(୧୨), ପୁଅ ଭୀଷ୍ମ(୫), ମଝିଆ ଝିଅ ଶ୍ରୀୟା(୩) ଏବଂ ସାନପୁଅ ସଞ୍ଜୀବ (୨)। ପାଟଣାଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି। ଏସ୍‌ପି ମାଡକର ସନ୍ଦୀପ ସମ୍ପତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଞ୍ଜନ ପ୍ରଧାନ ଓ ପାଟଣାଗଡ଼ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା ସ୍ଥିତି ଅନୁଧ୍ୟାନ କରିଛନ୍ତି ା ଟାଙ୍ଗିଆରେ ହାଣି ଦମ୍ପତିଙ୍କ ସହ ତାଙ୍କ ୪ଟି ପିଲାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ା ହତ୍ୟା ପାଇଁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ପୋଲିସ ସୂଚନା ଦେଇଛି ା ତେବେ କେଉଁ କାରଣରୁ ଓ କିଏ ଏମାନଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ା ଏନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ା ଏନେଇ ପାଟଣାଗଡ ଥାନାରେ କେସ ନଂ. ୨୪୫/୨୦ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଇଁତଳା ଓକିଲ ସଂଘ ନିର୍ବାଚନ: ସୁବୋଧ ସଭାପତି, ଫିରୋଜ ସମ୍ପାଦକ ନିର୍ବାଚିତ

ସଇଁତଳା,୨୯।୩ (ରାଖାଲ ପ୍ରସାଦ ଶତପଥୀ): ଓଡ଼ିଶା ଓକିଲ ସଂଘର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଇଁତଳା...

ବିଭିନ୍ନ ଦାବି ନେଇ ଡିଏଭି ମହାବିଦ୍ୟାଳୟର ତାଲା ପକାଇଲେ କର୍ମଚାରୀ

ଟିଟିଲାଗଡ଼,୨୯ା୩(ଶରତ ମିଶ୍ର): ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭିନ୍ନ ଦାବି ନେଇ ଶନିବାର ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି।...

ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛକଟା

ଦେଓଗାଁ,୨୯ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ଛକରୁ ଦେଷଣ୍ଡ ଭାୟା ଟିକ୍ରାପଡା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା...

ବିବାହ କାର୍ଡ ବାଣ୍ଟିବାକୁ ଯାଇଥିଲେ ଯୁବକ, ଚାପିଦେଲା ଟ୍ରକ୍‌

ସଇଁନ୍ତଳା,୨୭ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ଥାନା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ...

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼,୨୫।୩(ଶରତ କୁମାର ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ପଞ୍ଚାୟତ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନ ଭୋଜନ ଖାଇ...

ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା: କିଛି ସନ୍ଦିଗ୍ଧ ଅଟକ

ବଲାଙ୍ଗୀର,୨୫।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଡୁମେରଝରନ ଗାଁର ଜଣେ ଯୁବକଙ୍କ ମୃତଦେହ ନିକଟସ୍ଥ ଏକ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଛି।...

ଯୁବକଙ୍କ ମୃତ ଦେହ ଜବତ: ହତ୍ୟା ଅଭିଯୋଗରେ ୫ଅଟକ

ଲୋଇସିଂହା,୨୫।୩(ସୁଶାନ୍ତ ବାରିକ): ମଙ୍ଗଳବାର ସକାଳେ ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଜବତ...

ଭାଜପାରେ ମିଶିବାକୁ ନେଇ ହେଉଥିଲା ଜୋର୍‌ଦାର ଚର୍ଚ୍ଚା: ମୁଁ ବିଜେଡିରେ ଅଛି…

ଦେଓଗାଁ,୨୪ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ୍‌ ଅଧ୍ୟକ୍ଷ ଦୟାନିଧି ଖମାରୀ ଭାଜପାରେ ମିଶିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image