ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା

ବଲାଙ୍ଗିର,୧୧।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ା କେହି ଆତତାୟୀ ଗୋଟିଏ ପରିବାରର ୬ ଜଣଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମଭାବେ ହତ୍ୟା କରିଛନ୍ତି ା ଫଳରେ ଗୋଟିଏ ପରିବାର ମୁଳପୋଛ ହୋଇଯାଇଛି ା ମୃତକମାନେ ହେଲେ ବୁଲୁ ଜାନୀ(୫୦) ତାଙ୍କ ସ୍ତ୍ରୀ ଜ୍ୟୋତି ଜାନୀ(୪୮), ଝିଅ ସରିତା(୧୨), ପୁଅ ଭୀଷ୍ମ(୫), ମଝିଆ ଝିଅ ଶ୍ରୀୟା(୩) ଏବଂ ସାନପୁଅ ସଞ୍ଜୀବ (୨)। ପାଟଣାଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି। ଏସ୍‌ପି ମାଡକର ସନ୍ଦୀପ ସମ୍ପତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଞ୍ଜନ ପ୍ରଧାନ ଓ ପାଟଣାଗଡ଼ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା ସ୍ଥିତି ଅନୁଧ୍ୟାନ କରିଛନ୍ତି ା ଟାଙ୍ଗିଆରେ ହାଣି ଦମ୍ପତିଙ୍କ ସହ ତାଙ୍କ ୪ଟି ପିଲାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ା ହତ୍ୟା ପାଇଁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ପୋଲିସ ସୂଚନା ଦେଇଛି ା ତେବେ କେଉଁ କାରଣରୁ ଓ କିଏ ଏମାନଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ା ଏନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ା ଏନେଇ ପାଟଣାଗଡ ଥାନାରେ କେସ ନଂ. ୨୪୫/୨୦ରେ ଏକ ମାମଲା ରୁଜୁ ହୋଇଛି।