ଚିଲିକାରେ ୬ଲକ୍ଷ ବିଦେଶାଗତ ପକ୍ଷୀ:ଜାନୁଆରୀ ୧୭ରେ ପକ୍ଷୀ, ୨୧ରେ ଡଲ୍‌ଫିନ ଗଣନା

ବାଲୁଗଁା,୨୦ା୧୨(ସଂଗ୍ରାମ ପାଇକରାୟ):ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଗତ ୧୮ତାରିଖ ତଥା ବୁଧବାର ସୁଦ୍ଧା ଚିଲିକାରେ ୧୦୨ ପ୍ରଜାତିର ୬ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣରେ ୮୬ପ୍ରଜାତିର ୨ଲକ୍ଷ ୫୦ହଜାର ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ବେଳେ ଅବଶିଷ୍ଟ ପକ୍ଷୀ ବାହାର ଚିଲିକା ଅଞ୍ଚଳ ଭୂଷଣ୍ଡପୁର, ମଙ୍ଗଳାଯୋଡ଼ି, ସୋରଣ, ସୁନ୍ଦରପୁର, ନଈରୀ, କାଳୁପଡ଼ା, ରାହାଣବେଲି, ସାତପଡ଼ା, କୃଷ୍ଣପ୍ରସାଦ, ଗୁରୁବାଇ, ବଡ଼ଗୋଠ, ଜହ୍ନିକୁଦା, ସିପାକୁଦ, ବାଲିପାଟପୁର ଏବଂ ରମ୍ଭା ଅଞ୍ଚଳରେ ସମାଗମ ହୋଇଛନ୍ତି। ଏହି ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ନର୍ଦ୍ଦନ ପିଣ୍ଟେଲ, ଗଡ଼ଓ୍ବାଲ, ସୋଭଲର, ବ୍ଲାକ ଟେଲଡ଼ ଗଡ଼ଓିଟ୍‌, ବାର-ହେଡେଡ୍‌ ଗୁଜ ଏବଂ ଆକର୍ଷଣୀୟ ଫ୍ଲେମିଙ୍ଗୋ ରହିଛନ୍ତି। ଏଥର ଚିଲିକାକୁ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ତେବେ ଆସନ୍ତା ଜାନୁଆରୀ ୧୭ ତାରିଖରେ ପକ୍ଷୀ ଗଣନା ହେବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗୀୟ ଅଧିକାରୀ ଅମ୍ଳାନ କୁମାର ନାୟକ କହିଛନ୍ତି। ପକ୍ଷୀଙ୍କ ବିଚରଣରେ ଯେପରି ବାଧା ନ ଉପୁଜିବ ସେଥିଲାଗି ଗଣନାର ୧୫ଦିନ ପୂର୍ବରୁ ନଳବଣ ଏବଂ ଏହାର ଆଖପାଖ ଅଞ୍ଚଳରେ ମାଛଧରା ଡଙ୍ଗା ଏବଂ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଗଣନା ପୂର୍ବରୁ ଜାନୁଆରୀ ୧୬ତାରିଖରେ ବାଲୁଗଁା ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଗଣନା କାର୍ଯ୍ୟରେ ମୋଟ୍‌ ୨୧ଟି ଟିମ୍‌ ସାମିଲ ହେବେ। ପ୍ରତି ଟିମ୍‌ରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୫ ଜଣ ସଦସ୍ୟ ରହିବେ। ଏଥିପାଇଁ ପ୍ରତି ଟିମ୍‌କୁ ଗୋଟିଏ ଲେଖାଏ ଡଙ୍ଗା, ବାଇନାକୁଲାର, ଜିପିଏସ୍‌ ଏବଂ ଓ୍ବାକିଟକି ଯୋଗାଇ ଦିଆଯିବ। ୧୭ତାରିଖ ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିବ। ଗଣନା ଦଳରେ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓ୍ବାଇଲ୍ଡ ଓଡ଼ିଶା, ଓୟୁଏଟି, ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରୀଛାତ୍ରଙ୍କ ସମେତ ମୋଟ ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହେବେ।
ସେହିପରି ଚିଲିକାରେ ବିରଳ ଇରାଓ୍ବାଡି ପ୍ରଜାତିର ଡଲଫିନ ଗଣନା ଜାନୁଆରୀ ୨୧ ତାରିଖ ହେବ। ଏଥିପାଇଁ ୨୦ ତାରିଖରେ ଡଲଫିନ ଅଭୟାରଣ୍ୟ ଅଞ୍ଚଳ ସାତପଡା ଏବଂ ବାଲୁଗଁାଠାରେ ପୃଥକ ଭାବେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ସାତପଡ଼ାରେ ୮ଟି ଟିମ୍‌ ଏବଂ ବାଲୁଗାଁ ନିକଟ ଚିଲିକା ଅଞ୍ଚଳରେ ୧୦ଟି ଟିମ୍‌ ରହି ଗଣନା କରିବେ। ଗତବର୍ଷ ଚିଲିକାରେ ୧୬୦ରୁ ଊର୍ଦ୍ଧ୍ୱ ଡଲଫିନ ଦୃଷ୍ଟି ଗୋଚର ହୋଇଥିବା ଗଣନାରୁ ଜଣାପଡିଥିଲା। ସେହିପରି ଗତବର୍ଷ ଚିଲିକାରେ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଥିଲା। ପାଗ ଅନୁକୂଳ ରହିଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗୀୟ ଅଧିକାରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି କି ମହାବିପତ୍ତି! ଚିଲ ନେଇଗଲା ଶ୍ରୀମନ୍ଦିର ନେତ, ଭାଇରାଲ ହେଉଛି ଭିଡିଓ…

ପୁରୀ,୧୩ା୪: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକ ଚିଲ ଥଣ୍ଟରେ ବାନା ପରି ଦିଶୁଥିବା କପଡ଼ା ଧରି ଉଡ଼ୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଡି ଭିଡିଓ...

Ola ବାଇକ୍‌ ବୁକ୍‌ କରିଥିବା ଗ୍ରାହକଙ୍କ ପାଇଁ ଖୁସିଖବର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଡେଲିଭରି

ନୂଆଦିଲ୍ଲୀ,୧୩।୪: ଓଲା ଇଲେକ୍ଟ୍ରିକ୍‌ ବାଇକ ରୋଡଷ୍ଟର ଏକ୍ସ (Ola Roadster X) ବୁକ୍‌ କରିଥିବା ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର। ଓଲା ଏହାର ବାଇକ୍‌ର...

ଚମକାଇବେ ନବୀନ! ଏପ୍ରିଲ ୧୯ରେ କରିବେ ବଡ଼ ଘୋଷଣା

ଭୁବନେଶ୍ୱର,୧୩।୪: କିଛିଦିନ ଧରି ବିଜେଡିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପ୍ରଥମେ ଓ୍ବକଅଫ୍‌ ବିଲ୍‌ ତା’ ପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ବାହାରିବା। ଏହାରି...

Success Story: ମା’ବାପା ଦିନ ମଜୁରିଆ, ଝିଅ ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ ହୋଇ ସାଜିଲେ ପ୍ରେରଣା

ଥିରୁବନନ୍ତପୁରମ୍,୧୩।୪: ଯଦି ଜଣେ ବ୍ୟକ୍ତିର ମନୋବଳ ଦୃଢ଼ ଥାଏ, ତେବେ ପ୍ରତିକୂଳ ପରିସ୍ଥିତିକୁ ଆଡେଇ ସଫଳତାର ଶୀର୍ଷରେ ପହଞ୍ଚିଥାଏ। ପ୍ରତିକୂଳ ପରିସ୍ଥିତିରେ ପ୍ରାପ୍ତ ସଫଳତା ସମାଜ...

ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା, ସ୍ବାମୀଙ୍କ ଡ୍ରେସ୍‌ ପିନ୍ଧି ସୋସିଆଲ ମିଡିଆରେ ରଖିଥିଲେ ଡିପି

ଭୁବନେଶ୍ୱର,୧୩ା୪: ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା ଏବେ ଧରାପଡ଼ିଯାଇଛି। ଏସ୍‌ଓଜିରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ସବୁଠୁ ରୋଚକ ଖବର ହେଲା...

Ayushman Bharat Yojana: ଚ୍ୟାଲେଞ୍ଜ ପାଲଟିଲାଣି ଆୟୁଷ୍ମାନ ଭାରତ ଯୋଜନା! ଦେୟ ବିଳମ୍ବ ପାଇଁ ଚିକିତ୍ସାରେ ଦେଖାଦେଲାଣି ସଙ୍କଟ

ଡେରାଡୁନ,୧୩।୪: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଜାରି ହୋଇଥିବା ସୁବର୍ଣ୍ଣ କାର୍ଡ ବା ଗୋଲ୍ଡ କାଡର ବିଶ୍ୱସନୀୟତା ବଜାୟ ରଖିବା ଉତ୍ତରାଖଣ୍ଡ ସରକାରଙ୍କ ପାଇଁ ଏକ...

‘ସବୁ ଧର୍ମ ଯଦି ଏକ, ତେବେ ଧର୍ମ ପରିବର୍ତ୍ତନର କ’ଣ ରହିଛି ଆବଶ୍ୟକତା’, RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୩।୪: ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଯଦି ସମସ୍ତ ଧର୍ମ...

ରକେଟ୍‌ ସ୍ପିଡ୍‌ରେ ପଢ଼ନ୍ତି …

ପରୀକ୍ଷା ବେଳେ ଅନେକଙ୍କର ଇଚ୍ଛା ହୁଏ ଏମିତି ହୁଅନ୍ତା କି ବହିର ପୃଷ୍ଠା ଓଲଟେଇ ଦେବାମାତ୍ରେ ସବୁ ପୃଷ୍ଠା ଫଟାଫଟ୍‌ ପଢିହେଇ ଯାଆନ୍ତା ଓ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image