Categories: ଜାତୀୟ

ଅଧା ରାତିରେ ଦଳ ବଦଳାଇଲେ ୬ ବିଧାୟକ, କଂଗ୍ରେସ କରୁଛି…

ହାଇଦ୍ରାବାଦ,୫।୭: ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକଙ୍କ ଦଳ ଛାଡି କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ତେଲଙ୍ଗାନାରେ ଶାସକ ଦଳରେ ବିଆରଏସର ୬ ଜଣ ଏମଏଲସି ଯୋଗ ଦେଇଥିଲେ। ଏହି ସମସ୍ତ ୬ ଏମଏଲସି ମୁଖ୍ୟମନ୍ତ୍ରୀ ରଓ୍ବେନ୍ତ ରେଡ୍ଡିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଜୁନ ୨୮ରେ ଚେଭେଲାର ଭାରତ ରାଷ୍ଟ୍ର ସମିତି ବିଧାୟକ କାଲେ ଯାଦାୟା କଂଗ୍ରେସରେ ଯୋଗ ଦେଇଥିଲେ। ତେଲଙ୍ଗାନାର ଜଗଟିଆଲରୁ ବିଆରଏସ ବିଧାୟକ ସଞ୍ଜୟ କୁମାର ରବିବାର ଶାସକ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ବରିଷ୍ଠ ବିଆରଏସ ବିଧାୟକ ତଥା ପୂର୍ବତନ ବିଧାନସଭା ବାଚସ୍ପତି ପୋଚାରାମ ଶ୍ରୀନିବାସ ରେଡ୍ଡୀ ଜୁନ ୨୧ରେ କଂଗ୍ରେସରେ ଯୋଗ ଦେଇଥିଲେ।
ତାଙ୍କ ପୂର୍ବରୁ ବିଆରଏସ ବିଧାୟକ କାଦିଆମ ଶ୍ରୀହରି, ଦାନମ ନାଗେଣ୍ଡର ଏବଂ ତେଲମ ଭେଙ୍କଟ ରାଓ କଂଗ୍ରେସରେ ଯୋଗ ଦେଇଥିଲେ। ଦରାବାଦ ମେୟର ବିଜୟ ଲକ୍ଷ୍ମୀ ଆର ଗଡୱାଲଙ୍କ ସମେତ ଅନ୍ୟାନ୍ୟ ବିଆରଏସ ନେତା ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି।

Share